ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ପୂର୍ବ ଲଦାଖରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଚୀନ ପ୍ରତିପକ୍ଷ ୱାଇ ଫେଙ୍ଗେଙ୍କ ସହ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି। ଉଭୟ ନେତା ମସ୍କୋରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା କରିବାର ସମ୍ଭାବନା ରହିଛି ।
ତେବେ ମେ ମାସ ଆରମ୍ଭରେ ପୂର୍ବ ଲଦାଖରେ ସୀମା ବିବାଦ ବଢିବା ପରେ ଏହା ଉଭୟ ପକ୍ଷର ପ୍ରଥମ ଉଚ୍ଚ ସ୍ତରୀୟ ବୈଠକ ହେବ । ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ଟେଲିଫୋନ୍ରେ ଆଲୋଚନା କରିଥିଲେ। ସିଂ ଏବଂ ୱାଇ ଏସସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ମସ୍କୋରେ ଅଛନ୍ତି।