ଓଡିଶା

odisha

ETV Bharat / bharat

ଋଷରୁ ଇରାନ ଗସ୍ତ କଲେ ରାଜନାଥ ସିଂ - rajnath singh

ପୂର୍ବତ୍ତୋରରେ ଚୀନ ଏବଂ ପଶ୍ଚିମ ସୀମାରେ ପାକିସ୍ତାନ ପକ୍ଷରୁ କରାଯାଉଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ମଧ୍ୟରେ ରାଜନାଥ ସିଂଙ୍କ ଇରାନ ଯାତ୍ରା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ଋଷରୁ ଇରାନ ଗସ୍ତ କଲେ ରାଜନାଥ ସିଂ
ଋଷରୁ ଇରାନ ଗସ୍ତ କଲେ ରାଜନାଥ ସିଂ

By

Published : Sep 5, 2020, 4:14 PM IST

ନୂଆଦିଲ୍ଲୀ: ଋଷ ଗସ୍ତରୁ ଫେରିବା ସମୟରେ ହଠାତ ଇରାନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ମସ୍କୋରୁ ତେହରାନ ଅଭିମୁଖେ ଉଡାଣ ଭରିଛନ୍ତି । ସେଠାରେ ସେ ଇରାନର ପ୍ରତରକ୍ଷାମନ୍ତ୍ରୀ ବ୍ରିଗେଡିୟର ଜେନେରାଲ ଆମିର ହାତମିଙ୍କୁ ଭେଟିବେ ବୋଲି ଜଣାପଡିଛି । ତେବେ ପୂର୍ବତ୍ତୋରରେ ଚୀନ ଏବଂ ପଶ୍ଚିମ ସୀମାରେ ପାକିସ୍ତାନ ପକ୍ଷରୁ କରାଯାଉଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ମଧ୍ୟରେ ରାଜନାଥ ସିଂଙ୍କ ଇରାନ ଯାତ୍ରା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ତେବେ କୋରୋନା ଭାଇରସ ମହାମାରୀ ଆରମ୍ଭ ହେବା ପରଠାରୁ ଜଣେ ଭାରତୀୟ ମନ୍ତ୍ରୀଙ୍କ ଇସଲାମ ରାଷ୍ଟ୍ରକୁ ଏହା ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ ହେବ। ସୂଚନା ଅନୁଯାୟୀ ସିଂ ଆଜି ରାତିରେ ତେହେରାନରେ ତାଙ୍କ ଇରାନ ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

ଆମେରିକାର ଚାପ ସତ୍ବେ ଭାରତ ଏବଂ ଇରାନର ସମ୍ପର୍ରରେ କୌଣସି ଫାଟ ସୃଷ୍ଟି ହୋଇନାହିଁ । ମୋଦି ସରକାର 2014ରୁ କ୍ରମାଗତ ଭାବରେ ଇରାନକୁ ସହଯୋଗୀ ଭାବରେ ବିବେଚନା କରି ତା ସହ କାର୍ଯ୍ୟ କରିଆସୁଛନ୍ତି । ତେବେ ଲଦାଖରେ ଜାରି ବିବାଦ ମଧ୍ୟରେ ଚୀନ ପାକିସ୍ତାନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ କରୁଛି । ଏହି ସମୟରେ ରାଜନାଥ ସିଂଙ୍କ ଇରାନ ଗସ୍ତ ଚୀନ ଏବଂ ପାକିସ୍ତାନ ପାଇଁ ଝଟକା ସାବ୍ୟସ୍ତ ହୋଇପାରେ ବୋଲି ଆଲୋଚନା ହେଉଛି ।

ସୂଚନାଯୋଗ୍ୟ ଯେ, ରାଜନାଥ ସିଂ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ପାଇଁ ଋଷ ଗସ୍ତରେ ଥିଲେ ।

ABOUT THE AUTHOR

...view details