ନୂଆଦିଲ୍ଲୀ: ଗତ 5 ମାସ ଧରି ଲଦାଖ ସୀମାରେ ଚୀନ୍ ସହ ତିକ୍ତତା ଲାଗି ରହିଛି। ଏଭଳି ପରିସ୍ଥିତିରେ ଭାରତ ସୀମାକୁ ମଜବୁତ କରିବାରେ ଲାଗିପଡିଛି। ଆଜି ଏହି ପର୍ଯ୍ୟାୟରେ ଏକ ଗୁରୁତ୍ବପୂର୍ଣ୍ଣ ଦିନ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନ୍ ସୀମାରେ ସମୁଦାୟ 43ଟି ଗୁରୁତ୍ବପୂର୍ଣ୍ଣ ସେତୁ ଉଦଘାଟନ କରିବେ।
ଚୀନ ସୀମାରେ 43ଟି ସେତୁ ଉଦଘାଟନ କରିବେ ରାଜନାଥ - ଚୀନ ସୀମା
ଗତ 5 ମାସ ଧରି ଲଦାଖ ସୀମାରେ ଚୀନ୍ ସହ ତିକ୍ତତା ଲାଗି ରହିଛି। ଏଭଳି ପରିସ୍ଥିତିରେ ଭାରତ ସୀମାକୁ ମଜବୁତ କରିବାରେ ଲାଗିପଡିଛି। ଆଜି ଏହି ପର୍ଯ୍ୟାୟରେ ଏକ ଗୁରୁତ୍ବପୂର୍ଣ୍ଣ ଦିନ ।
ଏହି ସମସ୍ତ ସେତୁ ସୀମା ସଡକ ସଂଗଠନ (BRO) ଦ୍ବାରା ନିର୍ମାଣ କରାଯାଇଛି । ଏହି ସମସ୍ତ ସେତୁ ଦେଶର 7ଟି ରାଜ୍ୟରେ ନିର୍ମିତ ହୋଇଛି । ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ଉଦଘାଟନ କରିବେ। ଜାମ୍ମୁ କାଶ୍ମୀରରେ 10 ଟି ସେତୁ, ଲଦାଖରେ 7 ଟି ସେତୁ, ହିମାଚଳ ପ୍ରଦେଶରେ 2 ଟି ସେତୁ, ପଞ୍ଜାବରେ 4 ଟି ସେତୁ, ଉତ୍ତରାଖଣ୍ଡରେ 8 ଟି ସେତୁ, ଅରୁଣାଚଳ ପ୍ରଦେଶରେ 8 ଟି ସେତୁ, ସିକ୍କିମରେ 4ଟି ସେତୁ ଉଦଘାଟନ ହେବ ।
କେବଳ ଏତିକି ନୁହେଁ ପ୍ରତିରକ୍ଷା ମନ୍ତ୍ରୀ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ନିଚିଫୁ ଟନେଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଟନେଲ୍ ସାହାଯ୍ୟରେ ସେନାକୁ ସୀମାକୁ ଯିବା ସହଜ ହେବ । ଏହି 43 ଟି ସେତୁ ମଧ୍ୟରୁ ପ୍ରାୟ 22 ଟି ସେତୁ ଚୀନ୍ ସୀମା ସହିତ ସିଧାସଳଖ ଜଡିତ ଏବଂ ସେନାର ଗତିବିଧି, ଯାନବାହାନ ଏବଂ ଅସ୍ତ୍ରଶସ୍ତ୍ର ନେଇ ସେମାନଙ୍କର ଗୁରୁତ୍ବ ବହୁତ ଅଧିକ ।