ଓଡିଶା

odisha

ETV Bharat / bharat

ଆସିଛି ନିମନ୍ତ୍ରଣ, ରଷର ଗ୍ରାଣ୍ଡ ମିଲିଟାରୀ ପରେଡରେ ଯୋଗ ଦେଇପାରନ୍ତି ରାଜନାଥ - Rajnath Singh expected to attend Russia's parade

ଦ୍ବିତୀୟ ବିଶ୍ବଯୁଦ୍ଧରେ ସୋଭିଏତ୍ ବିଜୟର 75ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ରଷ। ଏହି ଅବସରରେ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି କୂଟନୈତିକ ସୂତ୍ରରୁ ପ୍ରକାଶ।

ଆସିଛି ନିମନ୍ତ୍ରଣ, ରଷର ଗ୍ରାଣ୍ଡ ମିଲିଟାରୀ ପରେଡରେ ଯୋଗ ଦେଇପାରନ୍ତି ରାଜନାଥ
ଆସିଛି ନିମନ୍ତ୍ରଣ, ରଷର ଗ୍ରାଣ୍ଡ ମିଲିଟାରୀ ପରେଡରେ ଯୋଗ ଦେଇପାରନ୍ତି ରାଜନାଥ

By

Published : Jun 20, 2020, 8:40 AM IST

ନୂଆଦିଲ୍ଲୀ: ଦ୍ବିତୀୟ ବିଶ୍ବଯୁଦ୍ଧରେ ସୋଭିଏତ୍ ବିଜୟର 75ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ରଷ। ଏହି ଅବସରରେ ଏକ ବିଶାଳ ପରେଡ କାର୍ଯ୍ୟକ୍ରମ ମସ୍କୋକରେ ଆୟୋଜନ କରାଯିବ। ଯେଉଁଥିରେ ଯୋଗ ଦେବାକୁ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି କୂଟନୈତିକ ସୂତ୍ରରୁ ପ୍ରକାଶ।

ତେବେ କେନ୍ଦ୍ର ମନ୍ତ୍ରୀ ମସ୍କୋ ଗସ୍ତ ସମୟରେ ଚୀନ୍‌ର ବରିଷ୍ଠ ନେତାମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ବାତିଲ କରିବେ ବୋଲି ସୂଚନା ମିଳିଛି। ଜାଣିବାକୁ ମିଳିଛି ଯେ ପୂର୍ବ ଲଦାଖରେ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ସମୟରେ ରଷ ପକ୍ଷରୁ ଏହି ନିମନ୍ତ୍ରଣକୁ ପ୍ରତିରକ୍ଷା ବିଭାଗ ସକରାତ୍ମକ ଭାବେ ବିଚାର କରୁଛି। କାରଣ ରଷ ସହ ଭାରତର ଦଶନ୍ଧି ପୁରୁଣା ସାମରିକ ସମ୍ପର୍କ ରହିଆସିଛି।

ରାଜନାଥ ଜୁନ୍ 22 ରେ ଯିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଆଶା କରାଯାଉଥିବା ଦିନ ପୂର୍ବରୁ ସେ ଭାରତ ଛାଡିବାର ସମ୍ଭାବନା ରହିଛି। ଖବର ଅଛି କି, ମସ୍କୋର ରେଡ ସ୍କୋୟାରରେ ସାମରିକ ପରେଡରେ ଭାଗ ନେବାକୁ ଭାରତ ଏକ ତ୍ରି-ସେବା କଣ୍ଟିଜେଣ୍ଟ ପଠାଉଛି।

ଭାରତୀୟ ପ୍ୟାରେଡରେ ଜଣେ କର୍ଣ୍ଣେଲ ର୍ୟାଙ୍କ ଅଫିସର ନେତୃତ୍ୱ ନେବେ। 75 ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ଚୀନ୍ ସମେତ ଅତି କମରେ 11 ଟି ଦେଶର ସଶସ୍ତ୍ର ବାହିନୀର କର୍ମକର୍ତ୍ତା ଏହି ପରେଡରେ ଅଂଶଗ୍ରହଣ କରିବେ।

ABOUT THE AUTHOR

...view details