ଓଡିଶା

odisha

ETV Bharat / bharat

ଉତ୍ତର ପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ଅଗ୍ରଗତି ସମୀକ୍ଷା କଲେ ରାଜନାଥ ସିଂ - ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର ସହ ସ୍ବାକ୍ଷରିତ ଏମଓୟୁଗୁଡିକର କାର୍ଯ୍ୟକାରିତା ଉପରେ ଅଗ୍ରଗତି ସମୀକ୍ଷା କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ରାଜନାଥ ସିଂ
ରାଜନାଥ ସିଂ

By

Published : Aug 24, 2020, 8:12 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର ସହ ସ୍ବାକ୍ଷରିତ ଏମଓୟୁଗୁଡିକର କାର୍ଯ୍ୟକାରିତା ଉପରେ ଅଗ୍ରଗତି ସମୀକ୍ଷା କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ଏହାର ସମୀକ୍ଷା କରିଛନ୍ତି ।

ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ପ୍ରତିରକ୍ଷା ଶିଳ୍ପ କରିଡର ପାଇଁ ସମସ୍ତ ପ୍ରସ୍ତାବିତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବା ଉଚିତ୍। ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ସେଗୁଡିକ ଯେକୌଣସି ପରିସ୍ଥିତିରେ ହାସଲ କରିବାକୁ ପଡ଼ିବ। ପ୍ରତିରକ୍ଷା ଉତ୍ପାଦନ ବିଭାଗର ନୂତନ ନୀତି ଉପରେ ଏକ କ୍ୟାବିନେଟ୍ ନୋଟ୍ ପ୍ରସ୍ତୁତ ହୋଇଛି । ଯାହା ସେପ୍ଟେମ୍ବରରେ ପ୍ରକାଶ ପାଇବ। ରାଜ୍ୟ ସରକାର ନିବେଶକଙ୍କ ସହ ନିୟମିତ ଯୋଗାଯୋଗ ବଜାୟ ରଖିବା ଉଚିତ ଏବଂ ସେମାନଙ୍କ ସମସ୍ୟା ଉପରେ ତୁରନ୍ତ ପଦକ୍ଷେପ ନେବା ଉଚିତ୍ ବୋଲି ରାଜନାଥ ସିଂହ କହିଛନ୍ତି । ଏଥିସହ ସେ ଲକ୍ଷ୍ନୌ ଏବଂ ଆଗ୍ରାରେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମଧ୍ୟ କହିଛନ୍ତି।

ତେବେ ରାଜନାଥ ସିଂଙ୍କୁ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ଅଗ୍ରଗତିର ବିବରଣୀ ପ୍ରଦାନ କରି ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ କହିଛନ୍ତି, ଆଲିଗଡ, ଆଗ୍ରା, ଝାନସୀ, ଚିତ୍ରକୁଟ, କାନପୁର ଏବଂ ଲକ୍ଷ୍ନୌରେ 6ଟି ନୋଡ ବିକଶିତ ହୋଇଛି। ଏଥିପାଇଁ ରାଜ୍ୟ ସରକାର 1,461 ହେକ୍ଟର ଜମି ନ୍ୟସ୍ତ କରିଛନ୍ତି । ସେଥିମଧ୍ୟରୁ 1,310 ହେକ୍ଟର ଜମି ଅଧିଗ୍ରହଣ ହୋଇଛି, ଯାହା ଦିଆଯାଇଥିବା ଜମିର 90 ପ୍ରତିଶତରୁ ଅଧିକ ଅଟେ ବୋଲି ସେ କହିଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ 3,732 କୋଟି ଟଙ୍କା ମୂଲ୍ୟର ପୁଞ୍ଜି ବିନିଯୋଗ ଘୋଷଣା କରାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଫେବୃଆରୀ 2018 ରେ ପ୍ରତିରକ୍ଷା ଶିଳ୍ପ କରିଡର ପ୍ରତିଷ୍ଠା ଘୋଷଣା ପରେ ରାଜ୍ୟରେ ଦ୍ରୁତ ଗତିରେ କାର୍ଯ୍ୟ କରାଯାଇଥିବା ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details