ଓଡିଶା

odisha

ETV Bharat / bharat

ରାଜମାତା ସିନ୍ଧିଆଙ୍କୁ ମନେ ପକାଇଲେ ମୋଦି, ଉନ୍ମୋଚନ କଲେ 100 ଟଙ୍କିଆ ମୁଦ୍ରା - 100 ଟଙ୍କିଆ ମୁଦ୍ରା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜମାତା ବିଜୟ ରାଜେ ସିନ୍ଧିଆଙ୍କ ବୀରତ୍ବକୁ ମନେ ପକାଇଛନ୍ତି । ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ 101ତମ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ମରଣ କରିଛନ୍ତି ।

ରାଜମାତା ସିନ୍ଧିଆଙ୍କୁ ମନେ ପକାଇଲେ ମୋଦି
ରାଜମାତା ସିନ୍ଧିଆଙ୍କୁ ମନେ ପକାଇଲେ ମୋଦି

By

Published : Oct 12, 2020, 12:53 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ବୀରତ୍ବକୁ ମନେ ପକାଇଛନ୍ତି । ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ 101ତମ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ମରଣ କରିଛନ୍ତି ଓ ଏହି ଅବସରରେ 100 ଟଙ୍କିଆ ମୁଦ୍ରାର ମଧ୍ୟ ଉନ୍ମୋଚନ କରିଛନ୍ତି ।

ଅର୍ଥ ମନ୍ତ୍ରଣାଳୟ ଦ୍ବାରା ନିର୍ମିତ ସ୍ବତନ୍ତ୍ର ମୁଦ୍ରା ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରକାଶ ପାଇଛି। ବିଜୟା ରାଜେ ସିନ୍ଧିଆ ଗୱାଲିଅରର ରାଜମାତା ଭାବରେ ଜଣାଶୁଣା ।ରାଜମାତା ସିନ୍ଧିଆ ନିଜ ଜୀବନକୁ ଗରିବ ଲୋକଙ୍କ ପାଇଁ ଉତ୍ସର୍ଗ କରିଥିଲେ। ସେ ପ୍ରମାଣ କରିଛନ୍ତି ଯେ ଲୋକଙ୍କ ପ୍ରତିନିଧୀଙ୍କ ହେବା ପାଇଁ ‘ରାଜ୍ ସତ୍ତା’ ନୁହେଁ ବରଂ ‘ଜନ ସେବା’ ଗୁରୁତ୍ବପୂର୍ଣ୍ଣ ଅଟେ। ସ୍ବାଧୀନତା ପରେ ରାଜମାତାଙ୍କ ବିଦେଶୀ ପୋଷାକ ଜାଳିବା ଠାରୁ ଆରମ୍ଭ କରି ଜରୁରୀକାଳୀନ ପରିସ୍ଥିତି ଏବଂ ରାମ ମନ୍ଦିର ଆନ୍ଦୋଳନ ସବୁଥିରେ ତାଙ୍କ ଯୋଗଦାନକୁ ବିସ୍ତାର ରୂପେ ମୋଦି ବର୍ଣ୍ଣନା କରିଥିଲେ ।

ମୋଦି କହିଛନ୍ତି, ‘ଏକତା ଯାତ୍ରା ସମୟରେ ବିଜୟ ରାଜେ ସିନ୍ଧିଆଜୀ ମୋତେ ଗୁଜରାଟର ଯୁବ ନେତା ନରେନ୍ଦ୍ର ମୋଦି ଭାବରେ ପରିଚିତ କରାଇଥିଲେ। ଏତେ ବର୍ଷ ପରେ ଆଜି ମୁଁ ଦେଶର ପ୍ରଧାନମନ୍ତ୍ରୀ । ବିଜୟା ରାଜେ ସିନ୍ଧିଆ ନମ୍ରତାର ସହ ଅନେକ ପଦବୀକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଥରେ ଅଟଳଜୀ ଏବଂ ଆଡଭାନିଜୀ ତାଙ୍କୁ ଜନ ସଂଗଠନର ସଭାପତି ହେବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ଜନ ସଂଘର ଜଣେ କାର୍ଯ୍ୟକର୍ତ୍ତା ଭାବରେ ସେବା କରିବାକୁ ଗ୍ରହଣ କରିଥିଲେ ’ ।

@ANI

ABOUT THE AUTHOR

...view details