ରାୟପୁର: ଛତିଶଗଡ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ରାଜୀବଗାନ୍ଧୀ କିଷାନ ନ୍ୟାୟ ଯୋଜନାର ଶୁଭାରମ୍ଭ ହୋଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭିଡିଓ କନଫରେନ୍ସ ଯୋଗେଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଉପସ୍ଥିତ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀରେ ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ରାଜ୍ୟ ଚାଷୀଙ୍କୁ ଟଙ୍କା ପଠାଇବାକୁ ଛତିଶଗଡ ସରକାର ଆରମ୍ଭ କରିଛନ୍ତି ରାଜୀବ ଗାନ୍ଧୀ କିସାନ ନାୟ ଯୋଜନା ।
ଖରିଫ ଫସଲ ଋତୁରେ ପଞ୍ଜୀକୃତ ଅଞ୍ଚଳ ତଥା ଚାଷଜମିକୁ ଆଧାର କରି ଧାନ, ମକା ଏବଂ ଆଖୁ ଭଳି ଫସଲ ବୁଣିବା ପାଇଁ କୃଷି ସହାୟତା ଅନୁଦାନ ଭାବରେ ରାଜୀବ ଗାନ୍ଧୀ କିସାନ ନାୟ ଯୋଜନା ଅଧୀନରେ ଏକର ପିଛା 10,000 ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ଏହି ଯୋଜନାରେ ଅତି କମରେ 19 ଲକ୍ଷ କୃଷକ ଉପକୃତ ହେବେ । ତେବେ ଏନେଇ ରାଜ୍ୟ ସରକାର 2020-21 ବଜେଟରେ 5,756 କୋଟି ଟଙ୍କା ଆବଣ୍ଟନ କରିଥିଲେ ।
ଏହି ଅର୍ଥ ଚାରୋଟି କିସ୍ତିରେ ଚାଷୀଙ୍କୁ ଦିଆଯିବ। ନଭେମ୍ବର 2019ରେ କଂଗ୍ରେସ ସରକାର କେନ୍ଦ୍ରର ନିର୍ଦ୍ଦିଷ୍ଟ ମୂଲ୍ୟରେ କ୍ବିଣ୍ଟାଲ ପିଛା 1,835 ଟଙ୍କା ମୂଲ୍ୟରେ ଧାନ କିଣିବାକୁ ନିଷ୍ପତ୍ତି ନେଇଥିଲା । ଏହା କେନ୍ଦ୍ରୀୟ ମୂଲ୍ୟ ତଥା ଟ୍ବିଣ୍ଟାଲ ପିଛା 2500 ଟଙ୍କା ମଧ୍ୟରେ ପ୍ରଦାନ କରିବ ବୋଲି କୁହାଯାଇଛି । 2018 ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ନିର୍ବାଚନୀ ଇସ୍ତାହାର ପ୍ରତିଶୃତି ଦେଇଥିଲା ।