ଜୟପୁର: ରାକ୍ଷୀ ପୂର୍ଣ୍ଣିମାରେ ମାଗଣା ବସ ସେବା ଯୋଗାଇବେ ଗେହଲଟ ସରକାର । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସଡ଼କ ପଥ ବସ ରେ ବାଳିକା ଓ ମହିଳାଙ୍କ ପାଇଁ ମାଗଣା ଯାତ୍ରା ଘୋଷଣା କରିଛନ୍ତି।
ରାକ୍ଷୀ ପୂର୍ଣ୍ଣିମାରେ ମାଗଣା ବସ ସେବା, ପଢନ୍ତୁ କେଉଁଠି ? - ରାକ୍ଷୀ ପୂର୍ଣ୍ଣିମାରେ ମାଗଣା ବସ ସେବା
ରାକ୍ଷୀ ପୂର୍ଣ୍ଣିମାରେ ମାଗଣା ବସ ସେବା ଯୋଗାଇବେ ଗେହଲଟ ସରକାର । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସଡ଼କ ପଥ ବସ ରେ ବାଳିକା ଓ ମହିଳାଙ୍କ ପାଇଁ ମାଗଣା ଯାତ୍ରା ଘୋଷଣା କରିଛନ୍ତି।
![ରାକ୍ଷୀ ପୂର୍ଣ୍ଣିମାରେ ମାଗଣା ବସ ସେବା, ପଢନ୍ତୁ କେଉଁଠି ? ରାକ୍ଷୀ ପୂର୍ଣ୍ଣିମାରେ ମାଗଣା ବସ ସେବା, ପଢନ୍ତୁ କେଉଁଠି ?](https://etvbharatimages.akamaized.net/etvbharat/prod-images/768-512-8243333-thumbnail-3x2-bus.jpg)
ରାକ୍ଷୀ ପୂର୍ଣ୍ଣିମାରେ ମାଗଣା ବସ ସେବା, ପଢନ୍ତୁ କେଉଁଠି ?
ଚଳିତ ବର୍ଷ ଅଗଷ୍ଟ 3ରେ ପଡୁଛି ରାକ୍ଷୀ ପୂର୍ଣ୍ଣିମା । ସାଧାରଣ ମହିଳା ଯାତ୍ରୀ ଏବଂ ରାଜସ୍ଥାନ ରାଜ୍ୟ ସଡ଼କ ପରିବହନ ନିଗମର ଏକ୍ସପ୍ରେସ ବସ୍ (ଏସି, ଭୋଲଭୋ ଏବଂ ଅଲ ଇଣ୍ଡିଆ ପର୍ମିଟ୍ ବସ୍ ବ୍ୟତୀତ) ଠାରୁ କୌଣସି ଭଡା ଆଦାୟ କରାଯିବ ନାହିଁ ।
ସେହିଭଳି ଜୟପୁର ସିଟି ଟ୍ରାନ୍ସପୋର୍ଟ ସର୍ଭିସେସ୍ ଲିମିଟେଡର ବସ୍ରେ ମହିଳା ଓ ବାଳିକା ମାଗଣାରେ ଯାତ୍ରା କରିପାରିବେ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି ।