ଜୟପୁର: ରାଜସ୍ଥାନ ପୌର ପରିଷଦ ନିର୍ବାଚନରେ ଦେଖିବାକୁ ମିଳିଛି ବଡ ଓଲଟପାଲଟ । ବର୍ତ୍ତମାନ ସୁଦ୍ଧା 50ଟି ପୌରାଞ୍ଚଳର 1775 ୱାର୍ଡର ଫଳାଫଳ ଘୋଷଣା ସରିଛି । ନିର୍ବାଚନୀ ଫଳାଫଳ ଅନୁଯାୟୀ ସ୍ବାଧୀନ ପ୍ରାର୍ଥୀଙ୍କ ଉତ୍କୃଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପିକୁ ଦେଇଛନ୍ତି କଡା ଟକ୍କର ।
ରାଜସ୍ଥାନ ପୌରପରିଷଦ ନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀଙ୍କ ଦବଦବା, କଂଗ୍ରେସ-ବିଜେପିକୁ ଦେଲେ କଡା ଟକ୍କର - Rajasthan Election
ରାଜସ୍ଥାନ ପୌର ପରିଷଦ ନିର୍ବାଚନରେ ଦେଖିବାକୁ ମିଳିଛି ବଡ ଓଲଟପାଲଟ । ଉଭୟ କଂଗ୍ରେସ ଓ ବିଜେପିକୁ ପଛରେ ପକାଇଦେଇଛନ୍ତି ସ୍ବାଧୀନ ପ୍ରାର୍ଥୀ । ଅଧିକ ପଢନ୍ତୁ...
ରାଜସ୍ଥାନ ପୌରପରିଷଦ ନିର୍ବାଚନ: ସ୍ୱାଧିନ ପ୍ରାର୍ଥୀଙ୍କ ଦବଦବା, କଂଗ୍ରେସ-ବିଜେପିକୁ ଦେଲେ କଡା ଟକ୍କର
579 ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟ ହାସଲ କରିଥିବାବେଳେ 619 ଆସନ କବଜା କରିଛି କଂଗ୍ରେସ । ସେହିପରି ବିଜେପି ହାତକୁ ଆସିଛି 547 ଆସନ ।
12 ଜିଲ୍ଲାର 50ଟି ପୌରାଞ୍ଚଳରେ 1775 ୱାର୍ଡ ରହିଛି । ମତଦାନ ପାଇଁ ଏଠାରେ ମୋଟ 2622 ମତଦାନ କେନ୍ଦ୍ର ଗଠନ କରାଯାଇଥିଲା । ସେପଟେ ନିର୍ବାଚନୀ ମୈଦାନରେ 7249 ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । ସେପଟେ ନିକଟରେ ହୋଇଥିବା ରାଜସ୍ଥାନ ଗ୍ରାମପଞ୍ଚାୟତ ନିର୍ବାଚନରେ କ୍ଷଣତାସୀନ ଅଶୋକ ଗେହଲଟ ସରକାରଙ୍କ ବଡ ପରାଜୟର ସାମ୍ନା କରିବାକୁ ପଡିଥିଲା ।