ଓଡିଶା

odisha

ETV Bharat / bharat

ଦ୍ରୁତ କୋରୋନା ପରୀକ୍ଷଣ କରିବ ରାଜସ୍ଥାନ : ଗେହଲଟ - କୋରୋନା ପରୀକ୍ଷଣ

କୋରୋନା ପରୀକ୍ଷା କରିବା ପାଇଁ ସରକାରଙ୍କ ରଣନୀତି ହେଉଛି ଯଥା ସମ୍ଭବ ସଂକ୍ରମିତଙ୍କୁ ଚିହ୍ନଟ କରିବା । ଏହା ଦ୍ବାରା କୋରୋନା ମୁକାବିଲା କରିବା ସହଜ ହେବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

Rajasthan to conduct rapid testing to identify coronavirus patients in time: CM Gehlot
ରାଜସ୍ଥାନ ଦ୍ରୁତ କୋରୋନା ପରୀକ୍ଷଣ କରିବ: ଗେହଲଟ

By

Published : Apr 14, 2020, 2:40 PM IST

Updated : Apr 14, 2020, 3:33 PM IST

ଜୟପୁର: କୋରୋନା ପରୀକ୍ଷା କରିବା ପାଇଁ ସରକାରଙ୍କ ରଣନୀତି ହେଉଛି ଯଥା ସମ୍ଭବ ସଂକ୍ରମିତଙ୍କୁ ଚିହ୍ନଟ କରିବା । ଏହା ଦ୍ବାରା କୋରୋନା ମୁକାବିଲା କରିବା ସହଜ ହେବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରକାଶ କରିଛନ୍ତି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର କହିଛନ୍ତି, ‘କୋରୋନା ଭାଇରସ ପରୀକ୍ଷା କରିବା ପାଇଁ ସରକାରଙ୍କ ରଣନୀତି ହେଉଛି ଯଥା ସମ୍ଭବ ସଂକ୍ରମିତ ରୋଗୀମାନଙ୍କୁ ଚିହ୍ନଟ କରିବା। ’

ସେହିପରି ରାଜ୍ୟରେ 2 ଲକ୍ଷ ଦ୍ରୁତ ପରୀକ୍ଷଣ କିଟ୍ ପହଞ୍ଚିଛି । ଏଥିରେ କୋରେନା ପରୀକ୍ଷା ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ମୋଟ 10 ଲକ୍ଷ କିଟ ଅର୍ଡର କରିବେ । ଆଗାମୀ ଦିନରେ ପରୀକ୍ଷା କ୍ଷମତା ବହୁଗୁଣିତ ହେବ ବୋଲି ଗେହଲଟ ଭିଡିଓ କନଫରେନ୍ସରେ ଗଣମାଧ୍ୟମକୁ କହିଛନ୍ତି।

ସେ କହିଛନ୍ତି ଯେ ଏସଏମଏସ ହସ୍ପିଟାଲର ଲ୍ୟାବରେ କୋରୋନା ଭାଇରସର ନିୟମିତ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ରାଜ୍ୟର 6ଟି ମୁଖ୍ୟ ମେଡିକାଲ କଲେଜଗୁଡ଼ିକର ଲ୍ୟାବରେ କୋରୋନା ପରୀକ୍ଷା କରାଯାଉଥିବା ସେ ପ୍ରକାଶ କରିଛନ୍ତି । ଏହି ଅଧିବେଶନରେ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା, ମୁଖ୍ୟ ସଚିବ ଡିବି ଗୁପ୍ତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।

@PTI

Last Updated : Apr 14, 2020, 3:33 PM IST

ABOUT THE AUTHOR

...view details