ଓଡିଶା

odisha

ଠିକଣା ବଦଳାଇଲେ ରାଜସ୍ଥାନର ବିଦ୍ରୋହୀ ବିଧାୟକ

By

Published : Aug 10, 2020, 4:46 PM IST

ସେମାନେ ହୋଟେଲ ଆଇଟିସି ଗ୍ରାଣ୍ଡ ଇଣ୍ଡିଆ ଏବଂ କଣ୍ଟ୍ରି କ୍ଲବ୍ର ହୋଟେଲରୁ ଦିଲ୍ଲୀ ସୀମାରେ ଅବସ୍ଥିତ ହୟାତ ଏବଂ ଲୀଲା ଏମ୍ବିଏନ୍ସ ମଲକୁ ସ୍ଥାନାନ୍ତର ହୋଇଥିବା ସୂତ୍ରରୁ ପ୍ରକାଶ ପାଇଛି ।

ଠିକଣା ବଦଳାଇଲେ ରାଜସ୍ଥାନର ବିଦ୍ରୋହୀ ବିଧାୟକ
ଠିକଣା ବଦଳାଇଲେ ରାଜସ୍ଥାନର ବିଦ୍ରୋହୀ ବିଧାୟକ

ଜୟପୁର: ରାଜସ୍ଥାନର ରାଜନୈତିକ ଡ୍ରାମା ଶେଷ ହେବାର ନାଁ ନେଉନାହିଁ । ଇତି ମଧ୍ୟରେ ସଚିନ ପାଇଲଟ ଏବଂ ଅନ୍ୟାନ୍ୟ ବିଦ୍ରୋହୀ ବିଧାୟକ ଠିକଣା ବଦଳାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ସେମାନେ ହୋଟେଲ ଆଇଟିସି ଗ୍ରାଣ୍ଡ ଇଣ୍ଡିଆ ଏବଂ କଣ୍ଟ୍ରି କ୍ଲବ୍ର ହୋଟେଲରୁ ଦିଲ୍ଲୀ ସୀମାରେ ଅବସ୍ଥିତ ହୟାତ ଏବଂ ଲୀଲା ଏମ୍ବିଏନ୍ସ ମଲକୁ ସ୍ଥାନାନ୍ତର ହୋଇଥିବା ସୂତ୍ରରୁ ପ୍ରକାଶ ପାଇଛି ।

ଠିକଣା ବଦଳାଇଲେ ରାଜସ୍ଥାନର ବିଦ୍ରୋହୀ ବିଧାୟକ

ତେବେ ସଚିନ ପାଇଲଟଙ୍କ ସମର୍ଥିତ ବିଧାୟକ ଏବେ ଉଭୟ ଆଇଟିସି ଗ୍ରାଣ୍ଡ ଇଣ୍ଡିଆ ଏବଂ କଣ୍ଟ୍ରି କ୍ଲବ୍ର ହୋଟେଲରେ ନଥିବା ସୂତ୍ରରୁ ଜଣାପଡିଛି । ଏହି ସମସ୍ତ ବିଧାୟକ ମାନସର-ଗୁରୁଗ୍ରାମ ଟୋଲ ପ୍ଲାଜା ନିକଟସ୍ଥ ହୋଟେଲ ହୟାତ ଏବଂ ହୋଟେଲ ଲୀଲା ଏମ୍ବିଏନ୍ସ ମଲକୁ ସ୍ଥାନାନ୍ତର ହୋଇଛନ୍ତି। ସୂଚନା ମୁତାବକ, କଣ୍ଟ୍ରି କ୍ଲବ ରିସର୍ଟରେ ରହିଥିବା ସଚିନ ପାଇଲଟ ସମର୍ଥିତ କଂଗ୍ରେସ ବିଧାୟକ ବିଳମ୍ବିତ ରାତିରେ ଏଠାରୁ ଦିଲ୍ଲୀ ଯାଇଥିଲେ।

ଏହା ପୂର୍ବରୁ ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବିଦ୍ରୋହୀ ବିଧାୟକଙ୍କ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ସେମାନଙ୍କ ସାକ୍ଷାତକାର ରାଜସ୍ଥାନର ରାଜନୈତିକ ସଙ୍କଟ ଦୂର କରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details