ଓଡିଶା

odisha

ETV Bharat / bharat

କ୍ଲାଇମାକ୍ସରେ ରାଜସ୍ଥାନ ରାଜନୀତି ଡ୍ରାମା... - ରାଜସ୍ଥାନ

ରାହୁଲ ଏବଂ ପ୍ରିୟଙ୍କାଙ୍କ ସହ ହୋଇଥିବା ଏହି ବୈଠକରେ ପାଇଲଟ ବିସ୍ତୃତ ଭାବରେ ନିଜ ପକ୍ଷ ରଖିଛନ୍ତି । ସେ କେଉଁ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନେଇଥିଲେ ଏବଂ ସେ କଂଗ୍ରେସକୁ ନୁହେଁ ବରଂ ଅଶୋକ ଗେହଲଟଙ୍କୁ ବିରୋଧ କରୁଛନ୍ତି ବୋଲି ବ୍ୟାଖ୍ୟା କରିଛନ୍ତି ।

କ୍ଲାଇମେକ୍ସରେ ରାଜସ୍ଥାନର ରାଜନୈତିକ ନାଟକ...
କ୍ଲାଇମେକ୍ସରେ ରାଜସ୍ଥାନର ରାଜନୈତିକ ନାଟକ...

By

Published : Aug 10, 2020, 7:25 PM IST

ଜୟପୁର: ରାଜସ୍ଥାନରେ ଦୀର୍ଘ ଦିନରୁ ଜାରି ରାଜନୈତିକ ଡ୍ରାମା ପରେ ଏହି ମାମଲାରେ ସକ୍ରିୟ ହୋଇଛି ଗାନ୍ଧୀ ପରିବାର। ସୋମବାର ସଚିନ ପାଇଲଟ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି । ତେବେ ବିଧାନସଭା ଅଧିବେଶନ ପୂର୍ବରୁ ପାଇଲଟଙ୍କ ଏହି ପଦକ୍ଷେପ ଦୀର୍ଘ ଦିନରୁ ଜାରି ସଙ୍କଟକୁ ଶେଷ କରିବ ବୋଲି ଆଶା କରାଯାଉଛି ।

ଦଳୀୟ ସୂତ୍ର ଅନୁଯାୟୀ, ରାହୁଲ ଏବଂ ପ୍ରିୟଙ୍କାଙ୍କ ସହ ହୋଇଥିବା ଏହି ବୈଠକରେ ପାଇଲଟ ବିସ୍ତୃତ ଭାବରେ ନିଜ ପକ୍ଷ ରଖିଛନ୍ତି । ସେ କେଉଁ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନେଇଥିଲେ ଏବଂ ସେ କଂଗ୍ରେସକୁ ନୁହେଁ ବରଂ ଅଶୋକ ଗେହଲଟଙ୍କୁ ବିରୋଧ କରୁଛନ୍ତି ବୋଲି ବ୍ୟାଖ୍ୟା କରିଛନ୍ତି ।

ସଚିନ ପାଇଲଟଙ୍କ ଅଭିଯୋଗ ଶୁଣିବା ପରେ ଉଭୟ ନିଷ୍ପତ୍ତି ନେଇଛନ୍ତି ଯେ, ସେମାନେ ଖୁବ୍ ଶୀଘ୍ର ବରିଷ୍ଠ ନେତାମାନଙ୍କୁ ଭେଟିବେ ଏବଂ ଏହି ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରିବେ। ଇତି ମଧ୍ୟରେ, ପାଇଲଟ୍ କ୍ୟାମ୍ପରୁ କିଛି ବିଧାୟକଙ୍କୁ ନିରପେକ୍ଷ କରିବାରେ ଦଳ ସଫଳ ହୋଇଛି ।

ତେବେ ପାଇଲଟଙ୍କୁ ଭେଟିବା ପୂର୍ବରୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ପ୍ରାୟ ଦେଢ ଘଣ୍ଟା ଧରି ଆଲୋଚନା କରିଥିଲେ। ଏହାପରେ ଦୁହେଁ ପାଇଲଟଙ୍କୁ ଭେଟିଥିଲେ। ବିଧାନସଭା ଅଧିବେଶନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଛି । ତେବେ ରାହୁଲ ଏବଂ ପ୍ରିୟଙ୍କାଙ୍କ ଏହି ପଦକ୍ଷେପ ପରେ ରାଜସ୍ଥାନରେ ରାଜନୈତିକ ଉତ୍ତେଜନା ଶେଷ ହେବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ, ରାଜସ୍ଥାନ ବିଧାନସଭା ଅଧିବେଶନ ଅଗଷ୍ଟ 14ରୁ ଆରମ୍ଭ ହେବ । ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଫ୍ଲୋର ଟେଷ୍ଟ ପଇଁ ଚେଷ୍ଟା କରିବେ। ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୁଦ୍ଧରେ ଖୋଲାଖୋଲି ବିଦ୍ରୋହ କରିବା ଏବଂ ବିଧାନସଭା ଦଲୀୟ ବୈଠକରେ ଯୋଗ ନଦେବା ପରେ କଂଗ୍ରେସ ହାଇକମାଣ୍ଡ ପାଇଲଟଙ୍କୁ ରାଜ୍ୟ କଂଗ୍ରେସ କମିଟି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି। ସେପଟେ ବିଦ୍ରୋହୀଙ୍କ ଆଭିମୁଖ୍ୟ ସହିତ ପାଇଲଟ ଅନେକ ଥର ସ୍ପଷ୍ଟ କରିଛନ୍ତି ଯେ ସେ ବିଜେପିରେ ଯୋଗଦେବେ ନାହିଁ।

ABOUT THE AUTHOR

...view details