ଓଡିଶା

odisha

ETV Bharat / bharat

ରାଜସ୍ଥାନ ରାଜନୀତି ରଣ: 19 ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କୁ କଂଗ୍ରେସର ପତ୍ର !

ରାଜସ୍ଥାନ ରାଜନୀତିରେ ନୂଆମୋଡ । କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଯାଇପାରେ ବିଧାୟକ ପଦ । ସଚିନଙ୍କ ସମେତ 19 ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ କଂଗ୍ରେସ ବାଚସ୍ପତିଙ୍କ ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି । ସେହିପରି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ରାଜସ୍ଥାନ ରାଜନୀତି ରଣ: 19 ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କୁ କଂଗ୍ରେସର ପତ୍ର !
ରାଜସ୍ଥାନ ରାଜନୀତି ରଣ: 19 ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କୁ କଂଗ୍ରେସର ପତ୍ର !

By

Published : Jul 15, 2020, 7:58 AM IST

ଜୟପୁର: ରାଜସ୍ଥାନ ରାଜନୀତିରେ ନୂଆମୋଡ । କଂଗ୍ରେସ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଯାଇପାରେ ବିଧାୟକ ପଦ । ସଚିନଙ୍କ ସମେତ 19 ବିଧାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ କଂଗ୍ରେସ ବାଚସ୍ପତିଙ୍କ ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି ।

ଦୁଇ ଦୁଇ ଥର ଦଳର ହ୍ବିପ୍‌ ନମାନିବା ତଥା ବିଧାୟକ ଦଳ ବୈଠକରେ ଯୋଗ ନ ଦେବାରୁ ସଚିନଙ୍କ ସମେତ 19 ବିଧାୟକଙ୍କ ବିରୋଧରେ ଏପରି ରଣନୀତି ଆପଣାଇଛି ଦଳ । 19 ବିଧାୟକଙ୍କ ବିଧାୟକ ପଦ ରଦ୍ଦ ପାଇଁ ବାଚସ୍ପତି ସିଲି ଯୋଶୀଙ୍କ ଦ୍ବାରସ୍ଥ ହୋଇଛି କଂଗ୍ରେସ । ଫଳରେ ଏହି 19 ବିଧାୟକଙ୍କ ଭାଗ୍ୟ ଏବେ ବାଚସ୍ପତିଙ୍କ ହାତରେ ରହିଛି । ତେବେ ବାଚସ୍ପତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମର୍ଥକ ଥିବାରୁ ଖୁବଶୀଘ୍ର ବିଧାୟକ ପଦ ରଦ୍ଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ସେହିପରି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଦୁଇ ଦିନ ଭିତରେ ବିଧାୟକ ଦଳ ବୈଠକରେ ଉପସ୍ଥିତ ନହେବାର ସନ୍ତୋଷଜନକ ଉତ୍ତର ନମିଳିଲେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି ।

ମଙ୍ଗଳବାର ପ୍ରଥମେ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବିଦା କରିଥିଲା ଦଳ । ପାଇଲଟଙ୍କ ସମେତ ଅନ୍ୟ ଦୁଇମନ୍ତ୍ରୀ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହଙ୍କୁ ମଧ୍ୟ ଦଳ ମନ୍ତ୍ରୀପଦରୁ ହଟାଇଥିଲା । ସେହିପରି ସଚିନଙ୍କ ସ୍ଥାନରେ ଗୋବିନ୍ଦ ସିଂହ ଡୋଟାସରାଙ୍କୁ ନୂଆ ପିସିସି ସଭାପତି ଦାୟିତ୍ବ ଦେଇଛି ଦଳ ।

ବିଧାୟକ ଦଳ ବୈଠକରେ ସଚିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତାବ ପାରିତ ହେବା ପରେ ଏପରି ନିଷ୍ପତ୍ତି ନେଇଥିଲା କଂଗ୍ରେସ । ସେପଟେ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ କଂଗ୍ରେସ ବିଦା କରିବା ପରେ ସତ୍ୟକୁ ବିଚଳିତ କରାଯାଇପାରେ ପରାଜିତ ନୁହେଁ ବୋଲି ଟ୍ବିଟ୍‌ କରି ଜଣାଇଥିଲେ ସଚିନ ।

ସେହିପରି ସଚିନଙ୍କୁ ପିସିସି ସଭାପତି ପଦରୁ ହଟାଇବା ପରେ କିଛି ଜିଲ୍ଲା ସଭାପତି ମଧ୍ୟ ନିଜର ଇସ୍ତଫା ପତ୍ର ଦେଇଥିବା ଜଣାପଡିଛି । ତେବେ ଅଶୋକ ଗେହଲଟ ସରକାର ଉପରେ ଅସନ୍ତୁଷ୍ଟ ହୋଇ ସଚିନ ଦିଲ୍ଲୀରେ ଡେରା ପକାଇଛନ୍ତି । ଏହି ସମୟରେ ତାଙ୍କୁ ବୁଝାଇବା ପାଇଁ ଦଳ ପକ୍ଷରୁ ପ୍ରୟାସ କରାଯାଇଥିଲେ ମଧ୍ୟ ସେ ନିଜ ଜିଦ୍‌ରେ ଅଟଳ ଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳୁଛି ।

ସେପଟେ 3 ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ବିଦା କରିବା ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ବାସଭବନରେ କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ପରିଷଦ ବୈଠକ ନେଇଥିଲେ । ଏହା ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଥିଲେ ଗେହଲଟ । ତେବେ ଏଥିରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି ।

ସୂଚନାଥାଉକି, ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧରେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ରହିଛି । ତାଙ୍କ ସପକ୍ଷରେ ସରକାରର 104 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details