ଓଡିଶା

odisha

ETV Bharat / bharat

ହାଇକୋର୍ଟରେ ପାଇଲଟ, ସୋମବାର ଯାଏଁ ଘୁଞ୍ଚିଲା ଶୁଣାଣି - ରାଜସ୍ଥାନ

ସଚିନ ପାଇଲଟ ଏବଂ ୧୮ ବିଦ୍ରୋହୀ ବିଧାୟକଙ୍କ ଆବେଦନର ଶୁଣାଣି ଶୁକ୍ରବାର ରାଜସ୍ଥାନ ହାଇକୋର୍ଟରେ ହୋଇଛି । ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ହାଇକୋର୍ଟ ।

ହାଇକୋର୍ଟ
ହାଇକୋର୍ଟ

By

Published : Jul 17, 2020, 5:14 PM IST

ଜୟପୁର: ରାଜସ୍ଥାନର ରାଜନୈତିକ ବିବାଦ ଏବେ ହାଇକୋର୍ଟରେ ପହଞ୍ଚିଛି। ସଚିନ ପାଇଲଟ ଏବଂ ୧୮ ବିଦ୍ରୋହୀ ବିଧାୟକଙ୍କ ଆବେଦନର ଶୁଣାଣି ଶୁକ୍ରବାର ରାଜସ୍ଥାନ ହାଇକୋର୍ଟରେ ହୋଇଛି । ପାଇଲଟଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିସ ସାଲଭେ କୋର୍ଟରେ ଯୁକ୍ତି ବାଢିଥିଲେ । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ହାଇକୋର୍ଟ ।

ଶୁକ୍ରବାର ଶୁଣାଣି ସମୟରେ ସାଲଭେ କହିଥିଲେ, ଯଦି ମୁଁ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ତାହେଲେ ସଚିନ ପାଇଲଟ ଏବଂ ଅନ୍ୟ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । କିନ୍ତୁ ସେମାନେ ଏଭଳି କିଛି କରିନାହାନ୍ତି । ସେମାନେ କେବଳ ବାକ୍‌ ସ୍ବାଧୀନତା ଅଧୀନରେ ସ୍ୱର ଉତ୍ତୋଳନ କରିଛନ୍ତି । ଏହା ସେମାନଙ୍କର ଅଧିକାର, ତେଣୁ ତୁରନ୍ତ ନୋଟିସକୁ ବାତିଲ କରାଯିବା ଉଚିତ୍ ବୋଲି ସାଲଭେ କୋର୍ଟଙ୍କୁ କହିଥିଲେ ।

ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନୋଟିସ ବିରୋଧରେ ସଚିନ ପାଇଲଟ ଓ ତାଙ୍କ ଅନୁଗତ ବିଧାୟକମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ପାଇଲଟ ଏବଂ ତାଙ୍କ ସହଯୋଗୀଙ୍କ ପାଇଁ ବରିଷ୍ଠ ଓକିଲ ହରିସ ସାଲଭେ ଓ ମୁକୁଲ ରୋହତାଗୀ ଲଢୁଥିବା ବେଳେ ବାଚସ୍ପତିଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସାଙ୍ଗଭୀ ମାମଲା ପରିଚାଳନା କରୁଛନ୍ତି ।

ସୂଚନାଥାଉକି, କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିବା କାରଣରୁ ବାଚସ୍ପତି ସଚିନ ପାଇଲଟଙ୍କ ସମେତ 19 ବିଧାୟକଙ୍କୁ ନୋଟିସ ପଠାଇଥିଲେ ।

ABOUT THE AUTHOR

...view details