ଓଡିଶା

odisha

ETV Bharat / bharat

ଆସନ୍ତାକାଲି ରାଜସ୍ଥାନ ହାଇକୋର୍ଟରେ ପାଇଲଟଙ୍କ ପିଟିସନର ଶୁଣାଣି - ରାଜସ୍ଥାନ ହାଇକୋର୍ଟ

ସଚିନ ପାଇଲଟ ଓ ତାଙ୍କ ଅନୁଗତ ବିଧାୟକମାନେ ହାଇକୋର୍ଟରେ ଦାଖଲ କରିଥିବା ପିଟିସନର ଆସନ୍ତାକାଲି (ଶୁକ୍ରବାର) ଶୁଣାଣି କରାଯିବ । ମୁଖ୍ୟ ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତିଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଅଧିକ ପଢନ୍ତୁ...

ରାଜସ୍ଥାନ ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ସଚିନ ପାଇଲଟ
ରାଜସ୍ଥାନ ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ସଚିନ ପାଇଲଟ

By

Published : Jul 16, 2020, 8:40 PM IST

Updated : Jul 16, 2020, 9:01 PM IST

ଜୟପୁର: ସଚିନ ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକମାନେ ହାଇକୋର୍ଟରେ ଦାଖଲ କରିଥିବା ପିଟିସନର ଆସନ୍ତାକାଲି (ଶୁକ୍ରବାର) ଶୁଣାଣି କରାଯିବ । ମୁଖ୍ୟ ବିଚାରପତି ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତିଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।

ରାଜସ୍ଥାନ ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କଲେ ସଚିନ ପାଇଲଟ

ପୂର୍ବରୁ ସଚିନ ପାଇଲଟ ରାଜସ୍ଥାନ ହାଇକୋର୍ଟରେ ଦାଖଲ କରିଥିବା ପିଟିସନକୁ ପ୍ରତ୍ୟାହାର କରିଛନ୍ତି । ସେ ଏହାକୁ ତରବରରେ ଦାଖଲ କରିଥିବା ସଫେଇ ଦେଇଛନ୍ତି । ଏହା ସହ ଏହାକୁ ସଂଶୋଧନ କରିବାକୁ ସେ ଉଲ୍ଲେଖ କରିଛନ୍ତି । ଏହି ଅବସରରେ ବିଧାନସଭା ମୁଖ୍ୟ ସଚେତକ ମହେଶ ଯୋଶୀ ନିଜ ଓକିଲଙ୍କ ସହ କୋର୍ଟରେ ଉପସ୍ଥିତ ଥିଲେ । କୋର୍ଟରେ ପିଟିସନର ଶୁଣାଣି ହେବା ପୂର୍ବରୁ ସଚିନଙ୍କ ଦ୍ବାରା ପିଟିସନ ପ୍ରତ୍ୟାହାର କରାଯାଇଥିଲା ।

ସେହିପରି ବିଧାନସଭା ମୁଖ୍ୟ ସଚେତକ ମହେଶ ଯୋଶୀଙ୍କ ଓକିଲ ଏନକେ ମାଲୁ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସଚିନ ଏହାକୁ ସଂଶୋଧନ କରିବା ଉଦ୍ଦେଶ୍ୟରେ ପ୍ରତ୍ୟାହାର କରିଛନ୍ତି । ଏହି ମାମଲା ଦୁଇ ଜଣିଆ ଖଣ୍ଡପୀଠ ବଦଳରେ ଜଣିକିଆ ଖଣ୍ଡପୀଠରେ କରାଯାଇଛି । ସଂଶୋଧନ ପରେ ଏହାକୁ ମୁଖ୍ୟ ବିଚାରପତିଙ୍କ ଆଗରେ ଉପସ୍ଥାପିତ କରାଯିବ । ଯାହା ଦ୍ବାରା ପରେ ମୁଖ୍ୟ ବିଚାରପତିଙ୍କ ଦ୍ବାରା ଦୁଇଜଣିଆ ଖଣ୍ଡପୀଠରେ ଶୁଣାଣୀ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନୋଟିସ ବିରୋଧରେ ସଚିନ ପାଇଲଟ ଓ ତାଙ୍କ ଅନୁଗତ ବିଧାୟକମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ ପାଇଲଟଙ୍କ ସହଯୋଗୀ ପୃଥୀରାଜ ମୀନାଙ୍କ ପାଇଁ ବରିଷ୍ଠ ଓକିଲ ହରିସ ସାଲଭେ ଓ ମୁକୁଲ ରୋହତାଗୀ ଲଢୁଥିବା ବେଳେ ବାଚସ୍ପତିଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସାଙ୍ଗଭୀ ମାମଲା ପରିଚାଳନା କରିବେ । ସଚିନଙ୍କ ପକ୍ଷରୁ ଆଇନଜୀବୀ ଦିନେଶ ମାହେଶ୍ବରୀ ଲଢୁଥିଲେ ।

ସୂଚନାଥାଉକି, କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିବା କାରଣରୁ ବାଚସ୍ପତି ସଚିନ ପାଇଲଟଙ୍କ ସମେତ 19 ବିଧାୟକଙ୍କୁ ନୋଟିସ ପଠାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2020, 9:01 PM IST

ABOUT THE AUTHOR

...view details