ଓଡିଶା

odisha

ରାଜସ୍ଥାନ ରାଜନୈତିକ ଦ୍ବନ୍ଦ୍ବ: ଶୁଣାଣି ସ୍ଥଗିତ ରଖିଲେ ହାଇକୋର୍ଟ

By

Published : Jul 16, 2020, 3:49 PM IST

Updated : Jul 16, 2020, 4:01 PM IST

ବାଚସ୍ପତିଙ୍କ ନୋଟିସ ବିରୋଧରେ ସଚିନ ପାଇଲଟ ଓ ତାଙ୍କ ଅନୁଗତ ବିଧାୟକ ରାଜସ୍ଥାନ ହାଇକୋର୍ଟରେ ଦାଖଲ କରିଥିବା ପିଟିସନକୁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...

ରାଜସ୍ଥାନ ରାଜନୈତିକ ଦ୍ବନ୍ଦ୍ବ: କୋର୍ଟରେ ପାଇଲଟଙ୍କ ପାଇଁ ପକ୍ଷ ରଖିବେ ହରିସ ସାଲଭେ ଓ ମୁକୁଲ ରୋହତାଗୀ
ରାଜସ୍ଥାନ ରାଜନୈତିକ ଦ୍ବନ୍ଦ୍ବ: କୋର୍ଟରେ ପାଇଲଟଙ୍କ ପାଇଁ ପକ୍ଷ ରଖିବେ ହରିସ ସାଲଭେ ଓ ମୁକୁଲ ରୋହତାଗୀ

ଜୟପୁର: ବାଚସ୍ପତିଙ୍କ ନୋଟିସ ବିରୋଧରେ ସଚିନ ପାଇଲଟ ଓ ତାଙ୍କ ଅନୁଗତ ବିଧାୟକ ରାଜସ୍ଥାନ ହାଇକୋର୍ଟରେ ଦାଖଲ କରିଥିବା ପିଟିସନକୁ ସ୍ଥଗିତ ରଖାଯାଇଛି । ଅପରାହ୍ନ 3ଟାରୁ ଏହାର ଶୁଣାଣି ଆରମ୍ଭ ହୋଇଥିବା ବେଳେ କୋର୍ଟ ଏହାକୁ ସ୍ଥଗିତ ରଖିଛନ୍ତି । ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନୋଟିସ ବିରୋଧରେ ସଚିନ ପାଇଲଟ ଓ ତାଙ୍କ ଅନୁଗତ ବିଧାୟକ ରାଜସ୍ଥାନ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଅପରାହ୍ନ 3ଟାରୁ ଏହି ଶୁଣାଣି କରାଯାଇଥିଲା ।

ରାଜସ୍ଥାନରେ ଦେଖାଯାଇଥିବା ରାଜନୈତିକ ଦ୍ବନ୍ଦ୍ବରେ ରୋଚକ ମୋଡ ନେଇଛି । ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନୋଟିସ ବିରୋଧରେ ସଚିନ ପାଇଲଟ ଓ ତାଙ୍କ ଅନୁଗତ ବିଧାୟକମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ ପାଇଲଟଙ୍କ ସହଯୋଗୀ ପୃଥୀରାଜ ମୀନାଙ୍କ ପାଇଁ ବରିଷ୍ଠ ଓକିଲ ହରିଶ ସାଲଭେ ଓ ମୁକୁଲ ରୋହତାଗୀ ଲଢୁଥିବା ବେଳେ ବାଚସ୍ପତିଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସାଙ୍ଗଭୀ ମାମଲା ପରିଚାଳନା କରିଥିଲେ । ସେହିପରି ସଚିନଙ୍କ ପକ୍ଷରୁ ଲଢୁଛନ୍ତି ଆଇନଜୀବୀ ଦିନେଶ ମାହେଶ୍ବରୀ ।

ପୂର୍ବରୁ ଅନଲାଇନ ମାଧ୍ୟମରେ ଯାଚିକା ଦାଖଲ ହୋଇଥିବା ସୂଚନା ମିଳିଛି । ବିଚାରପତି ସତିଶ ଶର୍ମାଙ୍କ କୋର୍ଟରେ ଯାଚିକା ଦାଖଲ ହୋଇଥିବା ଜଣାପଡିଛି । କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିବା କାରଣରୁ ବାଚସ୍ପତି ସଚିନ ପାଇଲଟଙ୍କ ସମେତ 19 ବିଧାୟକଙ୍କୁ ନୋଟିସ ପଠାଇଥିଲେ ।

ସରକାରୀ ଦଳ ମୁଖ୍ୟସଚେତକ ବାଚସ୍ପତିଙ୍କ ପାଖରେ ଦାଖଲ କରିଥିବା ନୋଟିସକୁ ଗ୍ରହଣ କରି ବାଚସ୍ପତି ଏମାନଙ୍କୁ ନୋଟିସ ଦେଇଥିଲେ । ଏମାନଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ପାଇଁ ମୁଖ୍ୟସଚେତକ ବାଚସ୍ପତିଙ୍କୁ କହିଥିଲେ । ଯାହାକୁ ଗ୍ରହଣ କରି 19 ବିଧାୟକଙ୍କୁ ଜୁନ୍‌ 17 ତାରିଖ ଅପରାହ୍ନ 1ଟା ସୁଦ୍ଧା ନିଜର ପକ୍ଷ ରଖିବାକୁ ନୋଟିସ ଦେଇଥିଲେ ବାଚସ୍ପତି ।

କଂଗ୍ରେସରେ ଦେଖାଦେଇଥିବା ସଂକଟ ଭିତରେ ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ହଟାଇ ଦିଆଯାଇଛି । ତାଙ୍କ ସହିତ ଆଉ ଦୁଇମନ୍ତ୍ରୀ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହଙ୍କୁ ମଧ୍ୟ ଦଳ ମନ୍ତ୍ରୀପଦରୁ ହଟାଇ ଦିଆଯାଇଛି । ଫଳରେ ସଚିନ କଂଗ୍ରେସରେ ରହିବେ କି କଂଗ୍ରେସ ଛାଡି ବିଜେପିରେ ଯୋଗଦେବେ କିମ୍ବା ଅନ୍ୟ ଦଳ ଗଢିବେ ସେନେଇ ରାଜସ୍ଥାନ ରାଜନୀତିରେ ଉତ୍ସୁକତା ପ୍ରକାଶ ପାଇଛି ।

ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବିଦା କରାଯିବା ପରେ ଅନେକ ଜିଲ୍ଲା ସଭାପତି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜସ୍ଥାନରେ ଗେହଲଟ ବନାମ ପାଇଲଟ କ୍ଷମତା ଯୁଦ୍ଧରେ ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ପଲା ଭାରି ରହିଛି । ତାଙ୍କ ସପକ୍ଷରେ ସରକାରର 104 ବିଧାୟକଙ୍କ ସମର୍ଥନ ଥିବାବେଳେ ସଚିନଙ୍କ ସମର୍ଥନରେ କଂଗ୍ରେସର 19 ଓ 3 ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2020, 4:01 PM IST

ABOUT THE AUTHOR

...view details