ଓଡିଶା

odisha

ETV Bharat / bharat

ନ୍ୟାୟିକ, ପ୍ରଶାସନିକ ପ୍ରସଙ୍ଗରେ ଜାତି ଉଲ୍ଲେଖ ନକରିବାକୁ ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ - ରାଜସ୍ଥାନ ହାଇକୋର୍ଟ

ସମ୍ବିଧାନର ବିରୋଧୀ କାରଣରୁ ଏଣିକି ହାଇକୋର୍ଟରେ କୌଣସି ନ୍ୟାୟିକ ଏବଂ ପ୍ରଶାସନିକ ମାମଲାରେ କୌଣସି ବ୍ୟକ୍ତିଙ୍କର ଜାତି ବିଷୟରେ ଉଲ୍ଲେଖ କରାଯିବ ନାହିଁ । ଗତ ସପ୍ତାହରେ ଜାମିନ ଆଦେଶରେ ଜାତି ଉଲ୍ଲେଖକୁ ନେଇ ବିବାଦ ଦେଖାଦେଇଥିବା ବେଳେ ରାଜସ୍ଥାନ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Rajasthan HC
Rajasthan HC

By

Published : Apr 28, 2020, 8:27 PM IST

ଜୟପୁର: ରାଜସ୍ଥାନ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ସମ୍ବିଧାନର ବିରୋଧୀ କାରଣରୁ ଏଣିକି ହାଇକୋର୍ଟରେ କୌଣସି ନ୍ୟାୟିକ ଏବଂ ପ୍ରଶାସନିକ ମାମଲାରେ କୌଣସି ବ୍ୟକ୍ତିଙ୍କର ଜାତି ବିଷୟରେ ଉଲ୍ଲେଖ କରାଯିବ ନାହିଁ । ଗତ ସପ୍ତାହରେ ଜାମିନ ଆଦେଶରେ ଜାତି ଉଲ୍ଲେଖକୁ ନେଇ ବିବାଦ ଦେଖାଦେଇଥିବା ବେଳେ ରାଜସ୍ଥାନ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ ଜୁଲାଇ 2018 ରେ, ବିଶନ ନାମକ ଜଣେ ବ୍ୟକ୍ତିଙ୍କୁ ହାଇକୋର୍ଟରୁ ଜାମିନ ମିଳିବାର 5 ଦିନ ପରେ ମଧ୍ୟ ଜେଲ କର୍ତ୍ତୃପକ୍ଷ ଛାଡି ନଥିଲେ । ଏହାର କାରଣ ଜାମିନ ଅଡରରେ ତାଙ୍କ ଜାତି ପୋଲିସ ଗିରଫ ମେମୋରେ ଉଲ୍ଲେଖ ଥିବା ଜାତି ସହ ମେଳ ଖାଇନଥିଲା ।

ଜଷ୍ଟିସ ସଞ୍ଜୀବ ପ୍ରକାଶ ଶର୍ମାଙ୍କ କୋର୍ଟ ଏହା ପରେ ନଜର ରଖିଥିଲେ ଯେ ଜଣେ ବ୍ୟକ୍ତି ତାଙ୍କ ଜାତି ଦ୍ବାରା ନୁହେଁ ବରଂ ତାଙ୍କ ପିତାମାତାଙ୍କ ଦ୍ବାରା ପରିଚିତ ହେବା ଉଚିତ ନୁହେଁ। ଏକ ଜାତିହୀନ ସମାଜ ପ୍ରତି ରାଜ୍ୟ ଉଦ୍ୟମ କରିବା ଉଚିତ ବୋଲି କୋର୍ଟ କହିଛନ୍ତି ।

2018 ରାୟକୁ ଦର୍ଶାଇ ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ବାରା ଜାରି କରାଯାଇଥିବା ଆଦେଶରେ ଦର୍ଶାଯାଇଛି ଯେ ଜାତିର ଉଲ୍ଲେଖ ସମ୍ବିଧାନ ବିରୁଦ୍ଧ ଅଟେ । ତେଣୁ କୌଣସି କୋର୍ଟ ନ୍ୟାୟିକ କିମ୍ବା ପ୍ରଶାସନିକ ଭାବରେ କୌଣସି ପ୍ରକାରେ ଜାତି ଅନ୍ତର୍ଭୁକ୍ତ କରିବା ଉଚିତ ନୁହେଁ ।

ABOUT THE AUTHOR

...view details