ଜୟପୁର: ରାଜସ୍ଥାନ ରାଜନୀତିରେ ଜାରି ମହାସଂଗ୍ରାମ ମଧ୍ୟରେ ବଡ ଖବର ସାମ୍ନାକୁ ଆସିଛି । ବିଧାନସଭା ଅଧିବେଶନ ଡକାଇବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର । ଏହାସହ ବିଧାନସଭା ଅଧିବେଶନ ନ ଡକାଇବା ନେଇ କୌଣସି ମନବୃତ୍ତି ନଥିଲା ବୋଲି ରାଜସ୍ଥାନ ରାଜଭବନ ପକ୍ଷରୁ କୁହାଯାଇଛି ।
ବିଧାନସଭା ଅଧିବେଶନ ଡକାଇବାକୁ ଗେହଲଟ ସରକାରଙ୍କୁ ନିର୍ଦେଶ ଦେଲେ ରାଜସ୍ଥାନ ରାଜ୍ୟପାଳ - ରାଜସ୍ଥାନ ରାଜ୍ୟପାଳ
ଗେହଲଟ ସରକାରଙ୍କ ପକ୍ଷରୁ ବିଧାନସଭା ଅଧିବେଶନ ଡକାଇବାର ପ୍ରସ୍ତାବକୁ ମାନି ନେଇଛନ୍ତି ରାଜ୍ୟପାଳ । ପୂର୍ବରୁ ସରକାରଙ୍କୁ ପକ୍ଷରୁ ପଠାଯାଇଥିବା ପ୍ରସ୍ତବକୁ ଫେରାଇ ଦେଇଥିଲେ ରାଜ୍ୟପାଳ । ଅଧିକ ପଢନ୍ତୁ...
ଗେହଲଟ ସରକାରଙ୍କ ପକ୍ଷରୁ ବିଧାନସଭା ଅଧିବେଶନ ଡକାଇବାର ପ୍ରସ୍ତାବକୁ ମାନି ନେଇଛନ୍ତି ରାଜ୍ୟପାଳ । ପୂର୍ବରୁ ସରକାରଙ୍କୁ ପକ୍ଷରୁ ପଠାଯାଇଥିବା ପ୍ରସ୍ତବକୁ ଫେରାଇ ଦେଇଥିଲେ ରାଜ୍ୟପାଳ । ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଏ ବିଷୟ ଉପରେ ଆପତ୍ତି ଜାହିର କରିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।
ବିଧାନସଭା ଅଧିବେଶନ ଡାକାଇବାକୁ ନେଇ ରାଜ୍ୟପାଳଙ୍କୁ ପଠାଯାଇଥିବା ପ୍ରସ୍ତାବରେ ଆସ୍ଥା ଭୋଟ ବିଷୟରେ କୌଣସି କଥା ଉଲ୍ଲେଖ ନଥିଲା । ଏଥିରେ କୋରୋନା ଭାଇରସ ଉପରେ ଚର୍ଚ୍ଚା କରାଯିବା ନେଇ କୁହାଯାଇଥିଲା । ଏହାଫଳରେ ରାଜ୍ୟପାଳ ଅଧିବେଶନ ଡକାଇବାର ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କରିଦେଇଥିଲେ ।