ଓଡିଶା

odisha

ETV Bharat / bharat

କୋରୋନା ମୃତ୍ୟୁରେ ପରିବାରକୁ ମିଳିବ 50 ଲକ୍ଷ ଟଙ୍କା - corona virus

କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସମୟରେ ଡାକ୍ତର ମାନଙ୍କର ମୃତ୍ୟୁ ଘଟୁଥିବାବେଳେ, ବାହାରେ ମଧ୍ୟ କୋରୋନା ମୁକାବିଲା କରୁଥିବା ଅନେକ ବିଭାଗର କର୍ମୀ ମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ଯାହାକୁ ନେଇ ରାଜ୍ୟସରକାର ମୃତକଙ୍କ ଘରକୁ ସହାୟତା ରାଶି ନେଇ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Rajasthan
କୋରୋନା ମୁକାବିଲା

By

Published : Apr 11, 2020, 4:27 PM IST

ଜୟପୁର: ରାଜସ୍ଥାନରେ କୋରୋନା ଭାଇରସ ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ରାଜସ୍ଥାନ ସିଏମ । ଏହି ସମୟରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୁଏ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ତାଙ୍କ ପରିବାରକୁ 50 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

କୋରୋନା ମୁକାବିଲା

କେନ୍ଦ୍ର ସରକାର ଏହା ପୂର୍ବରୁ ମେଡିକାଲ କର୍ମଚାରୀଙ୍କ ସମେତ କୋରୋନା ଯୋଦ୍ଧାମାନଙ୍କୁ 50 ଲକ୍ଷ ଟଙ୍କା ମେଡିକାଲ ବୀମା କଭର ଘୋଷଣା କରିଥିଲେ, କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ଏହାକୁ କୋରୋନା ଭାଇରସ ଅପରେସନର ଅନ୍ୟ କର୍ମଚାରୀଙ୍କ ପାଇଁ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାର କହିଛନ୍ତି ଯେ, ଚୁକ୍ତିନାମା ଆଧାରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମଧ୍ୟ ଏହି ଆର୍ଥିକ ସହାୟତା ଯୋଜନା ଅନ୍ତର୍ଗତ ସୁବିଧା ଦିଆଯିବ।

ହିତାଧିକାରୀମାନେ ପାଟୱାରିସ୍, ଗ୍ରାମ ସେବକ, କନଷ୍ଟେବଳ, ପରିମଳ କର୍ମଚାରୀ, ଚୁକ୍ତିଭିତ୍ତିକ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ଗୃହରକ୍ଷୀ, ନାଗରିକ ସୁରକ୍ଷା, ଆଶାକର୍ମୀ ଏବଂ ଅଙ୍ଗନବାଡି କର୍ମଚାରୀ ମାନେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି ।

@IANS

ABOUT THE AUTHOR

...view details