ଓଡିଶା

odisha

ETV Bharat / bharat

ଅବୈଧ ବାଲି ଉତ୍ତୋଳନ ରୋକିବା ନେଇ ରାଜସ୍ଥାନକୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ - ରାଜସ୍ଥାନକୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ

ଚଳିତ ବର୍ଷ ଆରମ୍ଭରେ ଅବୈଧ ବାଲି ଖନନ ଉପରେ ରୋକ ଲଗାଇବା ପରେ ବି ବେଧଡକ ଭାବରେ ରାଜସ୍ଥାନରେ ବାଲି ଚୋରାଚାଲାଣ ହେବା ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାର, ପ୍ରଶାସନର ଉଚ୍ଚପଦସ୍ତ ଅଧିକାରୀ ଓ ପୋଲିସକୁ ତତ୍କାଳ ଏହି ମାମଲାରେ କଡା ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Feb 19, 2020, 6:44 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ରାଜସ୍ଥାନ ସରକାରଙ୍କୁ ଅବୈଧ ବାଲି ଉତ୍ତୋଳନ ମାମଲାରେ ତୀବ୍ର ଭର୍ତ୍ସନା କରିଛନ୍ତି । ନିଷେଧାର୍ଦ୍ଦେଶ ପରେ ବି ରାଜସ୍ଥାନ ସରକାର ବେଆଇନ ବାଲି ଉତ୍ତୋଳନ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହେବାରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଚଳିତ ବର୍ଷ ଆରମ୍ଭରେ ଅବୈଧ ବାଲି ଖନନ ଉପରେ ରୋକ ଲଗାଇବା ପରେ ବି ବେଧଡକ ଭାବରେ ବାଲି ଚୋରାଚାଲାଣ ହେବା ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାର, ପ୍ରଶାସନର ଉଚ୍ଚପଦସ୍ତ ଅଧିକାରୀ ଓ ପୋଲିସକୁ ତତ୍କାଳ ଏହି ମାମଲାରେ କଡା ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ.ବୋବଡେ, ନ୍ୟାୟାଧୀଶ ବି.ଆର.ଗବଈ ଓ ନ୍ୟାୟାଧୀଶ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 4 ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅବୈଧ ବାଲି ଉତ୍ତୋଳନ ଆଗାମୀ ଦିନରେ ପରିବେଶ ପାଇଁ ଅପୂରଣୀୟ କ୍ଷତି ପହଞ୍ଚାଇବ ବୋଲି କହିଛନ୍ତି କୋର୍ଟ ।

ସୁପ୍ରିମକୋର୍ଟ ରାଜସ୍ଥାନରେ ଅବୈଧ ବାଲି ଖନନ ମାମଲାରେ ଦାଏର କରାଯାଇଥିବା ଅନେକ ଯାଚିକା ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଶୀର୍ଷ ଅଦାଲତ ବର୍ଷ 2017ରେ ଅବୈଧ ବାଲି ଖନନକୁ ରୋକିବା ପାଇଁ ରାଜସ୍ଥାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୁଧବାର ସୁପ୍ରିମକୋର୍ଟ ରାଜ୍ୟ ସରକାର, ରାଜସ୍ଥାନର ପ୍ରତ୍ୟେକ ଜିଲ୍ଲା ଜିଲ୍ଲାପାଳ ଓ ପୋଲିସ ଅଧୀକ୍ଷକଙ୍କୁ ଅବୈଧ ବାଲି ଉତ୍ତୋଳନକୁ ରୋକିବା ପାଇଁ ତତ୍କାଳ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ସିଇସି ବା କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି ସଦସ୍ୟ ଏହି ଅବୈଧ ବାଲି ଖନନ ମୁଦ୍ଦା ଉପରେ ନଜର ରଖିବା ସହ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

@IANS ଇନପୁଟ

ABOUT THE AUTHOR

...view details