ଓଡିଶା

odisha

ETV Bharat / bharat

ରାଜସ୍ଥାନ ଫୋନ ଟ୍ୟାପିଂ ମାମଲା: କେନ୍ଦ୍ରକୁ ଜବାବ ଦେଲା ରାଜ୍ୟ - Rajasthan Government

ଫୋନ ଟ୍ୟାପିଂ ମାମଲାରେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଜବାବ ଦେଲେ ରାଜସ୍ଥାନ ସରକାର । ରିପୋର୍ଟ ମାଗିବାର 3 ଦିନ ପରେ ଏହି ଜବାବ ଦିଆଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ରାଜସ୍ଥାନ ଫୋନ ଟ୍ୟାପିଂ ମାମଲା : କେନ୍ଦ୍ରକୁ ଜବାବ ଦେଲା ରାଜ୍ୟ
ରାଜସ୍ଥାନ ଫୋନ ଟ୍ୟାପିଂ ମାମଲା : କେନ୍ଦ୍ରକୁ ଜବାବ ଦେଲା ରାଜ୍ୟ

By

Published : Jul 22, 2020, 10:53 AM IST

ଜୟପୁର: ରାଜସ୍ଥାନରେ ଫୋନ ଟ୍ୟାପିଂ ମାମଲାରେ କେନ୍ଦ୍ରକୁ ଜବାବ ଦେଇଛି ରାଜ୍ୟ । କେନ୍ଦ୍ର ଗୃହମନ୍ତ୍ରଣାଳୟ ମାଗିଥିବା ରିପୋର୍ଟକୁ ଆଧାର କରି ରାଜ୍ୟ ସରକାର ଏହାର ଜବାବ ଦେଇଛନ୍ତି । ରିପୋର୍ଟ ମାଗିବାର 3 ଦିନ ପରେ ଏହି ଜବାବ ଦିଆଯାଇଥିବା ଜଣାପଡିଛି ।

ଜବାବରେ କୁହାଯାଇଛି ଯେ, ଫୋନ ଟ୍ୟାପିଂରେ ସରକାର ପୂରା ପ୍ରକ୍ରିୟାକୁ ପାଳନ କରନ୍ତି । ଗୃହ ସଚିବଙ୍କ ଅନୁମତି ପରେ ହିଁ ଟ୍ୟାପିଂ କରାଯାଏ । ଏଥିରେ କୌଣସି ପ୍ରକାର ନିୟମ ଉଲଙ୍ଘନ ହୋଇନାହିଁ ।

ସୂଚନାଥାଉକି, ରାଜସ୍ଥାନରେ ଘୋଡାବେପାର ହୋଇଥିବା ନେଇ ଦୁଇଟି ଅଡିଓ କ୍ଲିପ୍‌ ଭାଇରାଲ ହୋଇଥିଲା । ଯାହାକୁ ନେଇ କଂଗ୍ରେସ ବିଜେପିକୁ ଘେରିଥିଲା । ତେବେ ଏହାର ଜବାବରେ ବିଜେପି ରାଜ୍ୟରେ ଫୋନ ଟ୍ୟାପିଂ ହେଉଥିବାର ଅଭିଯୋଗ ଆଣିଥିଲା । ଯେଉଁଥିପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜସ୍ଥାନ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଏହାର ରିପୋର୍ଟ ମାଗିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details