ଓଡିଶା

odisha

ETV Bharat / bharat

ସିଏଏକୁ ନେଇ ସୁପ୍ରିମକୋର୍ଟ ଗଲେ ରାଜସ୍ଥାନ ସରକାର - ସିଏଏ

ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ ଥମିବାର ନାଁ ଥରୁନି । ଗତକାଲି ତେଲେଙ୍ଗାନାରେ ସିଏଏ ବିରୋଧୀ ଏକ ସଂକଳ୍ପ ପାରିତ ହେବା ପରେ ରାଜସ୍ଥାନ ସରକାର ସୁପ୍ରିମକୋର୍ଟରେ ଏନେଇ ଏକ ଆବେଦନ କରିଛନ୍ତି ।

Rajasthan government moves SC against CAA
ସିଏଏକୁ ନେଇ ସୁପ୍ରିମକୋର୍ଟ ଗଲେ ରାଜସ୍ଥାନ ସରକାର

By

Published : Mar 17, 2020, 9:35 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ହଟେଇବାକୁ କଂଗ୍ରେସ ନେତୃତ୍ବାଧିନ ରାଜ୍ୟରେ ବିରୋଧ ଜାରି । ସୁପ୍ରିମକୋର୍ଟରେ ଆବେଦନ କଲେ ରାଜସ୍ଥାନ ସରକାର । ମୌଳିକ ଅଧିକାରକୁ ଏହା ଉଲ୍ଲଙ୍ଘନ କରୁଥିବା ନେଇ ଆବେଦନ କରାଯାଇଛି।

ରାଜ୍ୟ ସରକାରଙ୍କ ଏହି ଆବେଦନରେ ଦର୍ଶାଯାଇଛି, ସିଏଏ ଭାରତ ସମ୍ବିଧାନର ଧାରା 14 ଓ 21 ର ଉଲ୍ଲଙ୍ଘନ କରିବା ସହ ଧର୍ମନିରପେକ୍ଷତାର ମୌଳିକ ନୀତିକୁ ମଧ୍ୟ ଏହା ଉଲ୍ଲଙ୍ଘନ କରୁଛି । ତେଣୁ ଏହା ଉପରେ ଶୁଣାଣି କରି ନିଷ୍ପତ୍ତି ନିଆଯାଉ ।

ଗତ ସୋମବାର ତେଲେଙ୍ଗାନାରେ ସିଏଏ, ଏନଆରସି ଓ ଏନପିଆର ବିରୋଧୀ ସଂକଳ୍ପ ପାରିତ କରାଯାଇଛି । ସୂଚନାଯୋଗ୍ୟ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ପ୍ରପୀଡିତ ହୋଇ ଭାରତରେ ଶରଣ ପଶିଥିବା ହିନ୍ଦୁ, ଶିଖ, ଜୈନ, ପରସି, ବୁଦ୍ଧ ଓ ଖ୍ରୀଷ୍ଟିଆନଙ୍କୁ ସିଏଏ ନିୟମ ଅନୁଯାୟୀ ନାଗରିକତା ଦିଆଯିବ । ତେବେ ଏଥିରୁ ମୁସଲମାନଙ୍କୁ ବାଦ ଦିଆଯାଇଥିବାରୁ ଏହାକୁ ନେଇ ଦେଶବ୍ୟାପୀ ବିରୋଧ ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details