ଓଡିଶା

odisha

ଏପ୍ରିଲ 21ରୁ ରାଜସ୍ଥାନରେ କଟକଣା ଆଂଶିକ କୋହଳ

By

Published : Apr 16, 2020, 10:30 AM IST

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏପ୍ରିଲ୍ 21ରୁ କିଛି ସେକ୍ଟରକୁ ଲକଡାଉନ୍ ଠାରୁ ସାମାନ୍ୟ ଛାଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

corona
ଏପ୍ରିଲ 21ରୁ ରାଜସ୍ଥାନର କିଛି ସେକ୍ଟରକୁ ସାମାନ୍ୟ ଛାଡ

ଜୟପୁର: କିଛି ସେକ୍ଟରକୁ ସାମାନ୍ୟ ଛାଡ କରିବେ ରାଜସ୍ଥାନ ସରକାର । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏପ୍ରିଲ୍ 21ରୁ କିଛି ସେକ୍ଟରକୁ ଲକଡାଉନ୍ ଠାରୁ ସାମାନ୍ୟ ଛାଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଗତ ବୁଧବାର ଠାରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହୋଇଛି। ତେବେ ଏପ୍ରିଲ୍ 15 ରୁ ଏପ୍ରିଲ୍ 20 ପର୍ଯ୍ୟନ୍ତ ଲକଡାଉନକୁ କଡାକଡି ପାଳନ କରାଯିବ । ଯାହାଦ୍ବାରା କୋରୋନା ସଂକ୍ରମଣକୁ କମ୍ କରାଯାଇପାରିବ।

ଏପଟେ ରାଜସ୍ଥାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏପ୍ରିଲ୍ 21ରୁ ରାଜ୍ୟ ସରକାର ଶିଳ୍ପ ୟୁନିଟ୍ ଏବଂ ଗ୍ରାମାଞ୍ଚଳରେ ସାମାନ୍ୟ ଛାଡ ଦେବାକୁ ଯାଉଛନ୍ତି ।

ସୂଚନା ଅନୁଯାୟୀ, ଗତ 14 ଏପ୍ରିଲରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧିତ କରି ଲକଡାଉନକୁ ମେ 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଏଥିସହ ସେ କହିଥିଲେ ଏପ୍ରିଲ 15 ରୁ 20 ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ଜିଲ୍ଲା, ସହର ଏବଂ ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖାଯିବ । ତେବେ କୋରୋନା ସଂକ୍ରମଣକୁ ରୋକିବା ପାଇଁ କେଉଁ ଅଞ୍ଚଳଗୁଡିକ କଣ ପଦକ୍ଷେପ ନେଉଛି ତାକୁ ନିର୍ଦ୍ଧାରିତ କରି ଉକ୍ତ ଅଞ୍ଚଳଗୁଡିକୁ ଏପ୍ରିଲ୍ 21 ପରେ ସାମାନ୍ୟ ଛାଡ କରାଯିବ ।

ବର୍ତ୍ତମାନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି , ଏପ୍ରିଲ 21 ରୁ ରାଜ୍ୟରେ ସଂଶୋଧିତ ଲକଡାଉନ୍ ଲାଗୁ ହେବ ଏବଂ କେତେକ ଶିଳ୍ପକୁ ସର୍ତ୍ତମୂଳକ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯିବ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କିଛି କାରଖାନା ଖୋଲାଯିବ ଏବଂ ଗାଁର ଲୋକଙ୍କୁ ସର୍ତ୍ତମୂଳକ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ। ତେବେ କାରଖାନା କାର୍ଯ୍ୟକ୍ଷମ ହେତୁ ଲୋକମାନେ ଚାକିରୀ ପାଇବେ ବୋଲି ଅଶୋକ ଗେହଲଟ କହିଛନ୍ତି।

ରିପୋର୍ଟ ଅନୁଯାୟୀ, ଲକଡାଉନ ଥିବାରୁ ରାଜ୍ୟରେ ଲୋକମାନେ ଖାଲି ବସିଛନ୍ତି ଏବଂ ସେମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେଣୁ ରାଜସ୍ଥାନ ସରକାରଙ୍କ ଏହି ନିଷ୍ପତ୍ତି ପଛରେ ଶ୍ରମିକ ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ କାମ ଯୋଗାଇବା ମୂଳ ଉଦ୍ଦେଶ୍ୟ ରହିଛି।

ABOUT THE AUTHOR

...view details