ଜୟପୁର:ରାଜସ୍ଥାନ ରାଜନୀତିରେ ଜାରି ମହାସଂଗ୍ରାମ ଥମିବାକୁ ନାଁ ନେଉନାହିଁ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନପାଇଲଟଙ୍କ ବିବାଦ ଏବେ ନୂଆ ମୋଡ ନେଇ ସରକାର ଓ ରାଜ୍ୟପାଳଙ୍କ ମଝିରେ ଛିଡା କରିଦେଇଛି ବିବାଦର ପ୍ରାଚୀର । ରାଜସ୍ଥାନ ରାଜଭବନରେ କଂଗ୍ରେସ ବିଧାୟକଙ୍କ ଧାରଣା ଓ ନାରାବାଜି ପରେ ଏବେ ଏହା ଉପରେ ରାଜ୍ୟପାଳଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସାମ୍ବିଧାନିକ ମର୍ଯ୍ୟାଦାର ଉର୍ଦ୍ଧ୍ବରେ କେହି ନୁହେଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର ।
ସାମ୍ବିଧାନିକ ମର୍ଯ୍ୟାଦାରୁ କେହି ଊର୍ଦ୍ଧ୍ବରେ ନୁହେଁ: ରାଜସ୍ଥାନ ରାଜ୍ୟପାଳ - ରାଜସ୍ଥାନ ରାଜଭବନ
ରାଜସ୍ଥାନ ରାଜଭବନରେ କଂଗ୍ରେସ ବିଧାୟକଙ୍କ ଧାରଣା ଓ ନାରାବାଜି ପରେ ଏବେ ଏହା ଉପରେ ରାଜ୍ୟପାଳଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସାମ୍ବିଧାନିକ ମର୍ଯ୍ୟାଦାର ଉର୍ଦ୍ଧ୍ବରେ କେହି ନୁହେଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର ।
ସାମ୍ବିଧାନିକ ମର୍ଯ୍ୟାଦାରୁ କେହି ଉର୍ଦ୍ଧ୍ବରେ ନୁହେଁ: ରାଜସ୍ଥାନ ରାଜ୍ୟପାଳ
ରାଜସ୍ଥାନ ବିଧାନସଭା ଅଧିବେଶନ ଡକାଇବାକୁ ନେଇ ଦାବି ଜୋର ଧରିଛି । ଏହା ଉପରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ବୟାନ ଜାରି କରି କହିଛନ୍ତି ଯେ ରାଜ୍ୟସରକାରଙ୍କ ଜରିଆରେ ଜୁଲାଇ 23 ରାତିରେ ଅଧିବେଶନ ଡକାଇବାକୁ ଚିଠି କରାଯାଇଥିଲା । ଚିଠିରେ ଭୁଲ ଠିକକୁ ଆଧାର କରି ରାଜଭାବନ ଜରିଆରେ ତର୍ଜମା କରାଯିବା ସହ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନିଆଯାଇଥିଲା ।
ବୟାନରେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ସଂସଦୀୟ ବିଭାଗକୁ ରାଜଭାବନ ଜରିଆରେ ଏହି ବିନ୍ଦୁ ଆଧାରରେ ସ୍ଥିତି ପ୍ରସ୍ତୁତ କରିବା ପାଇଁ ଚିଠି ପଠାଯାଇଛି-
- ବିଧାନସଭା ଅଧିବେଶନ କେଉଁ ତାରିଖରେ ଡାକାଯିବ, ଏହାର ଏହାର ଉଲ୍ଲେଖ କ୍ୟାବିନେଟ ନୋଟରେ ନାହିଁ। ଏହାସହ ଅନୁମୋଦନ ମଧ୍ୟ ପ୍ରଦାନ କରାଯାଇନାହିଁ ।
- ଅଳ୍ପ ସୂଚନା ଆଧାରରେ ଅଧିବେଶନ ଡାକିବା ନେଇ କୌଣସି ଯୋଜନା ପ୍ରସ୍ତାବିତ ହୋଇନାହିଁ ।
- ସମସ୍ତ ବିଧାୟକଙ୍କ ସ୍ବତନ୍ତ୍ରତା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
- କିଛି ବିଧାୟକଙ୍କ ଅଯୋଗ୍ୟ ମାମଲା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରଧିନ ରହିଛି । ଏହାକୁ ଦୃଷ୍ଟି ଦେବାକୁ ମଧ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
- ରାଜଭବନ ଜରିଆରେ ସ୍ପଷ୍ଟ ରୂପେ ନିର୍ଦ୍ଦେଶ ଦିଆଯାଇଛି ଯେ ପ୍ରତ୍ୟେକ କାର୍ଯ୍ୟ ପାଇଁ ସାମ୍ବିଧାନିକ ମର୍ଯ୍ୟାଦା ଓ ନିୟମାବଳୀ ଅନୁସାରେ ହେବା ଦରକାର