ଜୟପୁର: ରାଜସ୍ଥାନର ବିଲଓ୍ବାର ସହରରେ ଥିବା ଘରୋଇ ହସପିଟାଲରେ ଭୟାବହ ଅଗ୍ନିକାଣ୍ତ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଘରୋଇ ହସପିଟାଲରେ ଭୟାବହ ଅଗ୍ନିକାଣ୍ତ - ହସପିଟାଲରେ ଭୟାବହ ଅଗ୍ନିକାଣ୍ତ
ଘରୋଇ ହସପିଟାଲରେ ଭୟାବହ ଅଗ୍ନିକାଣ୍ତ । ମରଣ ମୁହଁରୁ ବର୍ତ୍ତିଲେ 50ରୁ ଅଧିକ ରୋଗୀ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା । ଅଧିକ ପଢନ୍ତୁ....

ଘରୋଇ ହସପିଟାଲରେ ଭୟାବହ ଅଗ୍ନିକାଣ୍ତ
ସୂଚନା ଅନୁସାରେ ,ହସପିଟାଲର ତୃତୀୟ ମହଲାରୁ ହଠାତ ନିଆଁ ଲାଗିଥିଲା । ପରେ ମେଡିକାଲ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଚିକିତ୍ସିତ ହେଉଥିବା 50ରୁ ଅଧିକ ରୋଗୀଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର କରାଯାଇଥିବା ରୋଗୀଙ୍କୁ ଅନ୍ୟ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କୋଭିଡ ଆକ୍ରାନ୍ତ ରହିଥିବା ସନ୍ଦେହ କରାଯାଇଛି। ସେମାନଙ୍କୁ ଅନ୍ୟ ମେଡିକାଲକୁ ପଠାଯାଇଛି ।