ଜୟପୁର: ଦେଶର ଅନେକ ସହରରୁ ଲଗାତାର ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ବର୍ତ୍ତମାନ ହାଥରସ ଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ମାହୋଲ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ରାଜସ୍ଥାନ ଡିଜିପି ଭୁପେନ୍ଦ୍ର ସିଂ ଯାଦବ ଦେଶରେ ବଢୁଥିବା ଦୁଷ୍କର୍ମ ମାମଲା ନେଇ ମନ୍ତବ୍ୟ ଦେଇଛନ୍ତି ।
ସେ ଇଣ୍ଟରନେଟ ପ୍ରତି ଯୁବପିଢିଙ୍କ ଆଗ୍ରହ ବୃଦ୍ଧି ଦୁଷ୍କର୍ମର କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି, ଇଣ୍ଟରନେଟରେ ସବୁକିଛି ଉପଲବ୍ଧ ଅଛି। ଅପରାଧିକ ସାମଗ୍ରୀରେ ଭରପୂର ଇଣ୍ଟରନେଟ । ଯାହା ଲୋକଙ୍କ ମାନସିକତାକୁ ଭୁଲ ଦିଗରେ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।
ଇଣ୍ଟରନେଟରୁ ଏଭଳି ଅପରାଧିକ ୱେବସାଇଟକୁ ହଟାଇବା ପାଇଁ ପୋଲିସ ସବୁ ପ୍ରକାର ଉଦ୍ୟମ କରୁଛି। ଗୋଟିଏ ପଟେ ପୋଲିସ ୱେବସାଇଟ ହଟାଉଛି ଅନ୍ୟପଟେ ଏହିପରି ଆଉ ୱେବସାଇଟ୍ ଖୋଲୁଛି | କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଯଥାସମ୍ଭବ ଚେଷ୍ଟା କରୁଛି। ଏଭଳି ସ୍ଥିତିରେ ପୋଲିସ ପିଲାମାନଙ୍କ ପିତାମାତା ସହ କଥାବାର୍ତ୍ତା ହେବା ଉଚିତ ଏବଂ ସେମାନଙ୍କୁ ଇଣ୍ଟରନେଟ୍ ବିଷୟରେ ଚେତାବନୀ ଦେବା ଉଚିତ୍।
ଡିଜିପି କହିଛନ୍ତି ଯେ ସାଇବର ଅପରାଧକୁ ରୋକିବା ପାଇଁ ନୂଆ ଯୋଜନା କରାଯାଉଛି। ଯେଉଁଥିରେ ବିଶେଷଜ୍ଞଙ୍କ ସାହାଯ୍ୟ ନିଆଯାଉଛି । ସୋସିଆଲ ମିଡିଆ ମାଧ୍ୟମରେ ଅପରାଧକୁ ରୋକିବା ପାଇଁ ଧ୍ୟାନ ଦିଆଯାଉଛି ।