ଓଡିଶା

odisha

ETV Bharat / bharat

ଇ-ମେଲ ଫରଓ୍ବାର୍ଡର, କର୍ପୋରେଟ କମ୍ପାନୀକୁ ଟାର୍ଗେଟ କରିଛନ୍ତି ସାଇବର ଅପରାଧୀ - ଇ-ମେଲ ଫରଓ୍ବାର୍ଡର

ରାଜସ୍ଥାନର କର୍ପୋରେଟ କମ୍ପାନୀଗୁଡିକୁ ସାଇବର ହ୍ୟାକରମାନେ 'ମେଲ୍ ଫରୱାର୍ଡିଂ' ନାମକ ଏକ ନୂତନ କୌଶଳ ସହାୟତାରେ ଟାର୍ଗେଟ କରିଛନ୍ତି, ଯାହାକି କେବଳ ସଂସ୍ଥାଗୁଡ଼ିକୁ ଆର୍ଥିକ କ୍ଷତି ପହଞ୍ଚାଇବ ନାହିଁ ବରଂ ସେମାନଙ୍କ ରେପୋକୁ ମଧ୍ୟ କ୍ଷତି ପହଞ୍ଚାଇବ । ଇଟିଭି ଭାରତ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାଇବର ସୁରକ୍ଷା ବିଶେଷଜ୍ଞ ସଚିନ ଶର୍ମା ମେଲ ଫରଓ୍ବାର୍ଡର ଦିଗ ଉପରେ ଆଲୋକପାତ କରିଛନ୍ତି ଏବଂ ଏହାକୁ ଏଡାଇବା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ଇ-ମେଲ ଫରଓ୍ବାର୍ଡର, କର୍ପୋରେଟକୁ ଟାର୍ଗେଟ କରିବାକୁ ସାଇବର ଅପରାଧୀଙ୍କ ପ୍ରିୟ ଉପାୟ
ଇ-ମେଲ ଫରଓ୍ବାର୍ଡର, କର୍ପୋରେଟକୁ ଟାର୍ଗେଟ କରିବାକୁ ସାଇବର ଅପରାଧୀଙ୍କ ପ୍ରିୟ ଉପାୟ

By

Published : Jun 28, 2020, 6:59 AM IST

ଜୟପୁର: ଆପଣ କର୍ପୋରେଟ୍ ସେକ୍ଟରର ଏକ ଅଂଶ ଅଟନ୍ତି କି ? ଆପଣଙ୍କ କମ୍ପାନୀ ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ, ଇନଭଏସ୍ କିମ୍ବା ବିଲ୍ ପଠାନ୍ତି କି ? ତେବେ ଏହି ଖବରଟି ଆପଣଙ୍କ ପାଇଁ ଉପଯୋଗୀ । କର୍ପୋରେଟରମାନଙ୍କୁ ଟାର୍ଗେଟ କରିବା ପାଇଁ ସାଇବର ହ୍ୟାକର୍ମାନେ ବର୍ତ୍ତମାନ ଇ-ମେଲ ଫରୱାର୍ଡର ବ୍ୟବହାର କରୁଛନ୍ତି ।

ଇ-ମେଲ ଫରଓ୍ବାର୍ଡର, କର୍ପୋରେଟକୁ ଟାର୍ଗେଟ କରିବାକୁ ସାଇବର ଅପରାଧୀଙ୍କ ପ୍ରିୟ ଉପାୟ

ନିକଟରେ ଜଣେ ହ୍ୟାକର ଏକ ଜଣାଶୁଣା କମ୍ପାନୀର ଇ-ମେଲ ଆକାଉଣ୍ଟକୁ ଏକ ଫରୱାର୍ଡର ପଠାଇ ହ୍ୟାକ୍ କରିଥିଲା । କମ୍ପାନୀର ବ୍ୟାଙ୍କ ଆକାଉଣ୍ଟଗୁଡିକର ସୂଚନା ସହିତ 38 ଲକ୍ଷ ଟଙ୍କାର ଏକ ଇନଭଏସ୍ ବିଦେଶର ଏକ ଗ୍ରାହକଙ୍କୁ ପଠାଯାଇଥିଲା |

କମ୍ପାନୀ ଇ-ମେଲକୁ ଗ୍ରାହକଙ୍କୁ ମେଲ କରିବାର କିଛି ସମୟ ପରେ ହ୍ୟାକର୍ ଦ୍ବିତୀୟ ମେଲରେ ଏକ ନୂଆ ଇନଭଏସ ପଠାଇଲା | ନୂଆ ମେଲରେ ସେ ନିଜର ବ୍ୟାଙ୍କ ଆକାଉଣ୍ଟକୁ ଯୋଡିଥିଲେ ଏବଂ କମ୍ପାନୀରୁ ପ୍ରଥମ ବଦଳରେ ଦ୍ବିତୀୟ ଇନଭଏସରେ ପଠାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ପେମେଣ୍ଟ କରିବାକୁ କହିଥିଲେ ।

ତେବେ ଗ୍ରାହକ କମ୍ପାନୀ ଅଧିକାରୀଙ୍କ ସହ ଯୋଗାଯୋଗ କରି ହ୍ୟାକରଙ୍କ ଦ୍ବାରା ପଠାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ପେମେଣ୍ଟ ଜମା କରିବା ପୂର୍ବରୁ ନୂତନ ଇନଭଏସ୍ ଏବଂ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ପଚାରି ବୁଝିଥିଲେ । ସଠିକ୍ ସମୟରେ ପଦକ୍ଷେପ ନିଆଯିବା ପରେ ସେମାନଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜଣାପଡିଥିଲା ।

ଇ-ମେଲ ଫରଓ୍ବାର୍ଡର, କର୍ପୋରେଟକୁ ଟାର୍ଗେଟ କରିବାକୁ ସାଇବର ଅପରାଧୀଙ୍କ ପ୍ରିୟ ଉପାୟ

ଏହି ଘଟଣାକୁ ନେଇ ସାଇବର ସିକ୍ୟୁରିଟି ଏକ୍ସପର୍ଟ ସଚିନ ଶର୍ମା କହିଛନ୍ତି ସାଇବର ହ୍ୟାକରଙ୍କ ପ୍ରତିହତ କରିବା ପାଇଁ କର୍ପୋରେଟ ସେକ୍ଟରର ସମସ୍ତ କମ୍ପାନୀଗୁଡିକୁ ନିଜର ଇ-ମେଲ ସିକ୍ୟୁରିଟି ପ୍ରତି ଧ୍ୟାନ ଦେବା ଦରକାର । ଆହୁରି ମଧ୍ୟ ସେମାନେ ପ୍ରତ୍ୟେକ କମ୍ପ୍ୟୁଟର ସିଷ୍ଟମରେ ଆଣ୍ଟିଭାଇରସ୍ ଏନାବଲ କରିବା ଉଚିତ | ଏଥି ସହିତ କମ୍ପାନୀଗୁଡିକ କମ୍ପ୍ୟୁଟରରେ ପାଇରାଟ ଆଣ୍ଟିଭାଇରସ ଇନଷ୍ଟଲ କରିବା ଉଚିତ ନୁହେଁ, କାରଣ ଏଗୁଡିକ କ୍ରାସ ହୋଇଯିବାର ସମ୍ଭାବନା ରହିଛି ।

ABOUT THE AUTHOR

...view details