ଓଡିଶା

odisha

ETV Bharat / bharat

ରାଜସ୍ଥାନ ରାଜନୀତି: କଂଗ୍ରେସ ବିଧାୟକ ଗାଇଲେ 'ହମ ହୋଙ୍ଗେ କାମୟାବ' - କଂଗ୍ରେସ ବିଧାୟକଙ୍କ ହମ ହୋଙ୍ଗେ କାମୟାବ

ସିଏମ ଅଶୋକ ଗେହଲଟଙ୍କ ସମର୍ଥିତ କଂଗ୍ରେସ ବିଧାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିଧାୟକ ମାନେ ଜୟପୁରର ହୋଟେଲ ଫେୟାରମୋଣ୍ଟରେ ‘ଅନ୍ତାକ୍ଷରୀ’ ଖେଳୁଥିବାର ନଜର ଆସିଛନ୍ତି । ଲୋକପ୍ରିୟ ହିନ୍ଦୀ ଗୀତ ମାଧ୍ୟମରେ ସମସ୍ତେ ଏକାଠି ଓ ସରକାର ସୁରକ୍ଷିତ ଥିବା ଦେଖାଉଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Jul 19, 2020, 8:30 PM IST

ଜୟପୁର: ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସିଏମ ଅଶୋକ ଗେହଲଟଙ୍କ ସମର୍ଥିତ କଂଗ୍ରେସ ବିଧାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିଧାୟକ ମାନେ ଜୟପୁରର ହୋଟେଲ ଫେୟାରମୋଣ୍ଟରେ ‘ଅନ୍ତାକ୍ଷରୀ’ ଖେଳୁଥିବାର ନଜର ଆସିଛନ୍ତି । ଲୋକପ୍ରିୟ ହିନ୍ଦୀ ଗୀତ ମାଧ୍ୟମରେ ସମସ୍ତେ ଏକାଠି ଓ ସରକାର ସୁରକ୍ଷିତ ଥିବା ଦେଖାଉଛନ୍ତି ।

କଂଗ୍ରେସ ବିଧାୟକ ଗାଇଲେ 'ହମ ହୋଙ୍ଗେ କାମୟାବ'

42 ସେକେଣ୍ଡର କ୍ଲିପିଂରେ ବିଧାୟକମାନେ ଲୋକପ୍ରିୟ ହିନ୍ଦୀ ଗୀତ 'ହମ ହୋଙ୍ଗ କାମୟାବ' ଗୀତକୁ ସାମୂହିକ ଭାବେ ଗାଉଥିବାର ଶୁଣିବାକୁ ମିଳୁଛି ।

ଏହି ଅନ୍ତାକ୍ଷରୀରେ ରାଜ୍ୟ ପ୍ରଭାରୀ ଅବିନାଶ ପାଣ୍ଡେ, କ୍ୟାବିନେଟ ମନ୍ତ୍ରୀ ଡା.ବିଡି କଲ୍ଲା. ରାଜ୍ୟ ମନ୍ତ୍ରୀ ସୁଭାଷ ଗର୍ଗ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସାହେଲ ମହମ୍ମଦ, ବିଧାନସଭାରେ ସରକାରୀ ଉପ ସଚେତକ ମହେନ୍ଦ୍ର ଚୌଧୁରୀ, ବରିଷ୍ଠ ବିଧାୟକ ରାଜେନ୍ଦ୍ର ପାରିକ, ସୟଂମ ଲୋଢା, ରାଫିକ ଖାଁଙ୍କ ସମେତ ଅନ୍ୟ କଂଗ୍ରେସ ଓ ନିର୍ଦ୍ଦଳୀୟ ବିଧାୟକ ଉପସ୍ଥିତ ଥିଲେ ।

ABOUT THE AUTHOR

...view details