ଓଡିଶା

odisha

ETV Bharat / bharat

ଆରପାରିରେ କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର ତ୍ରିବେଦୀ - କଂଗ୍ରେସ ବିଧାୟକ

କୋରୋନାରୁ ସୁସ୍ଥ ହେବା ପରେ ରାଜସ୍ଥାନର କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର ତ୍ରିବେଦୀ ଫୁସଫୁସ ଫାଇବ୍ରୋସିସରେ ଆକ୍ରାନ୍ତ ହୋଇ ପୁଣି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ସମୟରେ ତାଙ୍କର ପରଲୋକ ଘଟିଛି । ସମ୍ପୂର୍ଣ୍ଣ ପଢନ୍ତୁ....

କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର ତ୍ରିବେଦୀଙ୍କର ପରୋଲୋକ, ଫୁସଫୁସ ଫାଇବ୍ରୋସିସରେ ଥିଲେ ପୀଡିତ
କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର ତ୍ରିବେଦୀଙ୍କର ପରୋଲୋକ, ଫୁସଫୁସ ଫାଇବ୍ରୋସିସରେ ଥିଲେ ପୀଡିତ

By

Published : Oct 6, 2020, 2:40 PM IST

ଜୟପୁର: କୋରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହେବା ପରେ ଫୁସଫୁସ ଫାଇବ୍ରୋସିସରେ ପୀଡିତ ରାଜସ୍ଥାନ କଂଗ୍ରେସ ବିଧାୟକ କୈଳାଶ ଚନ୍ଦ୍ର ତ୍ରିବେଦୀଙ୍କର ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ହୋଇଥିଲା।

ସୂଚନା ମୁତାବକ, ସାହାରା (ଭିଲବାଡା) ନିର୍ବାଚନମଣ୍ଡଳୀରୁ 3 ଥର ବିଧାୟକ ହୋଇଥିବା ତ୍ରିବେଦୀ କୋରୋନା ଭାଇରସରେ ସୁସ୍ଥ ହେବା ପରେ ପୁଣି ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଅକ୍ଟୋବର 2 ତାରିଖରେ ଜୟପୁର ସ୍ଥିତ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ସମୟରେ ତେବେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି।

ବିଧାୟକ ତ୍ରିବେଦୀଙ୍କ ନିଧନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ବିଟ କରି ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି। ସିଏମ ଟ୍ବିଟ ରେ ଲେଖିଛନ୍ତି, "ସାହାରା, ବିଲବାଡାରୁ 3 ଥର ବିଧାୟକ ହୋଇଥିବା କଂଗ୍ରେସ ନେତା କୈଳାଶ ତ୍ରିବେଦୀ ଜୀ ଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କ ପରିବାର ସଦସ୍ୟ ଏବଂ ସମର୍ଥକଙ୍କୁ ମୋର ହୃଦୟରୁ ସମବେଦନା ଜଣାଉଛି। ଏହି କଷ୍ଟ ସମୟରେ ସେମାନେ ଦୃଢ ରୁହନ୍ତୁ"।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details