ଜୟପୁର: ଜାନୁୟାରୀ 5 ତାରିଖରେ ଜେଏନୟୁ କ୍ୟାମ୍ପସରେ ହୋଇଥିବା ଘଟଣାରେ ନ୍ୟାୟ ଦାବି କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହି ଘଟଣାରେ ପ୍ରାୟ 35 ଜଣ ଆହତ ହୋଇଥିଲେ । ଜେଏନୟୁ କ୍ୟାମ୍ପସରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଦିଲ୍ଲୀ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେ ।
ଜେଏନୟୁ ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନ୍ୟାୟ ଦାବି - Jawaharlal Nehru University
ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ) ମାମଲାରେ ନ୍ୟାୟ ଦାବି କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏ ଘଟଣାରେ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ସେ । ପଢନ୍ତୁ...
![ଜେଏନୟୁ ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନ୍ୟାୟ ଦାବି Rajasthan CM demands judicial probe into JNU case](https://etvbharatimages.akamaized.net/etvbharat/prod-images/768-512-5691688-thumbnail-3x2-gg.jpg)
ବିଶ୍ବବିଦ୍ୟାଳୟର ଇତିହାସରେ ଏପରି କିଛି ଘଟଣା ସାମନାକୁ ଆସିନାହିଁ । ପୋଲିସ ଉପସ୍ଥିତିରେ ମୁଖାପିନ୍ଧା କିଛି ଅଜଣା ଦୃର୍ବୃତ୍ତ ବିଶ୍ବବିଦ୍ୟାଳୟ ପରିସରରେ ପ୍ରବେଶ କରିଥିଲେ । ସେଠାରେ ସେମାନେ ଆକ୍ରମଣ କରିବା ପରେ ପୋଲିସ ସେମାନଙ୍କୁ ବାହାରକୁ ନେଇଥିଲେ । ଏଭଳି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ନିଜର ପକ୍ଷ ରଖିବା ସହ ଦେଶ କେତେ ଅଗ୍ରଗତି କରୁଛି ସେ ନେଇ ଚିନ୍ତା କରିବା ଦରକାର ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ।
ଏ ଘଟଣାର ତଦନ୍ତ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ କରୁଛି । ଜେଏନୟୁ ହୋଇଥିବା ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଛାତ୍ର ସଂସଦର ଅଧ୍ୟକ୍ଷ ଆଇଶୀ ଘୋଷଙ୍କ ସମେତ 9 ଜଣଙ୍କ ଫଟୋ ଜାରି କରିଛି ପୋଲିସ ।