ଜୟପୁର: ରାଜସ୍ଥାନର ଅଶୋକ ଗେହଲଟ ସରକାରରେ ଦୀର୍ଘ ଦିନ ଧରି ଚାଲିଥିବା ରାଜନୈତିକ ସଙ୍କଟ ଶେଷ ହୋଇସାରିଛି । କିନ୍ତୁ ଶୀର୍ଷ ସ୍ତରରେ ଏବେ ମଧ୍ୟ ମନମାଳିନ୍ୟ ଦୂର ହୋଇନଥିବା ଦେଖାଯାଉଛି। 19 ଜଣ ବିଧାୟକଙ୍କ ବିନା ବି ଆମେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥାନ୍ତୁ ବୋଲି ବିଦ୍ରୋହୀ ସଚିନ ପାଇଲଟଙ୍କ ସହ ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ ପଇଲଟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବିବାଦ ଜାରି ରହିଥିଲା । କଂଗ୍ରେସର ବରିଷ୍ଠ ନେତୃତ୍ବଙ୍କ ହସ୍ତକ୍ଷେପ ପରେ ଏବେ ବିବାଦ ଶେଷ ହୋଇଛି। ବିବାଦ ଶେଷ ହେବା ପରେ ଆଜି ଦୁଇ ନେତା ଭେଟିଥିଲେ। ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାନସଭା ପାର୍ଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସଚିନ ପାଇଲଟ, ଅଶୋକ ଗେହଲଟ୍ ଏବଂ ଦଳର ସମସ୍ତ ବିଧାୟକ ଏକାଠି ହୋଇଥିଲେ।