ଜୟପୁର: ଗରିବ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ‘ଇନ୍ଦିରା ରୋଷେଇ ଯୋଜନା’ ଆରମ୍ଭ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ତେବେ ଏହି ଯୋଜନାରେ ଗୋଟିଏ ଥାଳି ପିଛା 8 ଟଙ୍କା ଦେବାକୁ ପଡିବ ।
ରାଜସ୍ଥାନରେ ଆରମ୍ଭ ହେଲା ‘ଇନ୍ଦିରା ରୋଷେଇ ଯୋଜନା’ - ‘ଇନ୍ଦିରା ରୋଷେଇ ଯୋଜନା’
‘ଇନ୍ଦିରା ରୋଷେଇ ଯୋଜନା’ ଆରମ୍ଭ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ତେବେ ଏହି ଯୋଜନାରେ ଗୋଟିଏ ଥାଳି ପିଛା 8 ଟଙ୍କା ଦେବାକୁ ପଡିବ । ଅଧିକ ପଢନ୍ତୁ...
ରାଜସ୍ଥାନରେ ଆରମ୍ଭ ହେଲା ‘ଇନ୍ଦିରା ରୋଷେଇ ଯୋଜନା’
ନୂତନ ଭାବେ ଆରମ୍ଭ ହୋଇଥିବା ଯୋଜନା ରାଜ୍ୟର 213 ସହରାଞ୍ଚଳ ସହ ରାଜଧାନୀ ଓ ଐତିହ୍ୟ କ୍ଷେତ୍ରର 10ଟି ସ୍ଥାନ ଏହି ଯୋଜନା ଉପଲବ୍ଧ ରହିବ । ଜୟପୁର ଜିଲ୍ଲାପାଳ ଅନ୍ତର ସିଂ ନେହେରା ସୂଚନା ଦେଇଛନ୍ତି ଯେ ଏହି ଯୋଜନା ଜୟପୁର ଜିଲ୍ଲାର 12 ଟି ପୌରାଞ୍ଚଳରେ ମଧ୍ୟ ଆରମ୍ଭ ହେବ। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନା ଆରମ୍ଭ କରିଥିବାବେଳେ ଅନ୍ୟ ମନ୍ତ୍ରୀମାନେ ସେମାନଙ୍କ ବାସଭବନ କିମ୍ବା କାର୍ଯ୍ୟାଳୟରୁ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।
ଯୋଜନାର ମୁଖ୍ୟ ବିନ୍ଦୁ
- ଇନ୍ଦିରା ରୋଷେଇ ଯୋଜନାରେ ମାତ୍ର 8 ଟଙ୍କାରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ।
- ଏହି ଭୋଜନରେ 100 ଗ୍ରାମ ଡାଲି, 250 ଗ୍ରାମ ଚପାତି, 100 ଗ୍ରାମ ପନିପରିବା, ଏବଂ ଆଚାର ରହିବ ।
- ଜିଲ୍ଲା ସ୍ତରୀୟ କମିଟିଗୁଡିକର ସୁପାରିଶ ଅନୁଯାୟୀ ସ୍ଥାନୀୟ ଆବଶ୍ୟକତା ଅନୁଶାରେ ଭୋଜନର ମେନୁ ମଧ୍ୟ ପରିବର୍ତ୍ତନ କରାଯାଇପାରିବ |
- ଖାଦ୍ୟ ସକାଳ 8.30ରୁ ଅପରାହ୍ନ 1ଟା ଏବଂ ସଂଧ୍ୟା 5ଟାରୁ ରାତି 8ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ |
- ରାଜସ୍ଥାନ ସରକାର ମଧ୍ୟ ପ୍ରତି ପ୍ଲେଟ ପିଛା 12ଟଙ୍କା ଅନୁଦାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ବଜେଟରେ ବାର୍ଷିକ 100 କୋଟି ପ୍ରସ୍ତାବ ଦିଆଯାଇଛି।
- ଖାଦ୍ୟର ମାନ ଜିଲ୍ଲା ସ୍ତରୀୟ କମିଟି ଦ୍ବାରା ସମୟ ସମୟରେ ଯାଞ୍ଚ କରାଯିବ ।
- ଏହି ଯୋଜନା ପାଇଁ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ମଧ୍ୟ ସିଏମ ରିଲିଫ ପାଣ୍ଠି କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆର୍ଥିକ ସହାୟତା ପ୍ରଦାନ କରିପାରିବେ।