ଓଡିଶା

odisha

ରାଜସ୍ଥାନ ରାଜନୀତି, ଆସ୍ଥା ଭୋଟ ଜିତିଲେ ଗେହେଲଟ ସରକାର

ରାଜସ୍ଥାନ ରାଜନୀତିରେ ସୃଷ୍ଟି ହୋଇଥିବା ସଂକଟର ଅନ୍ତ ହୋଇଛି । ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ଅଶୋକ ଗେହେଲଟଙ୍କ ସରକାର । ଆସ୍ଥା ଭୋଟରେ ବିଜୟୀ ହେବାପରେ ବିରୋଧୀ ବିଜେପି ଉପରେ ବର୍ଷିଲେ ଗେହେଲଟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Aug 14, 2020, 8:25 PM IST

Published : Aug 14, 2020, 8:25 PM IST

Rajasthan Chief minister ashok gehlot
Rajasthan Chief minister ashok gehlot

ଜୟପୁର: ରାଜସ୍ଥାନ ବିଧାନସଭାରେ ଅଶୋକ ଗେହେଲଟଙ୍କ ନେତୃତ୍ବାଧିନ କଂଗ୍ରେସ ସରକାର ବିଧାନସଭାରେ ବିଶ୍ବାସମତ ଜିତିଛି । ଏହାସହ ଅଧିବେଶନକୁ ଆସନ୍ତା 21 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ବାଚସ୍ପତି । ଏହି ଅବସରରେ ଅଶୋକ ଗେହେଲଟ ଭାରତୀୟ ଜନତା ପାର୍ଟି ଉପରେ ଧୂମ ବର୍ଷିଛନ୍ତି । ଗେହେଲଟ କହିଛନ୍ତି ଯେତେବେଳେ ସାରା ଦୁନିଆ ମହାମାରୀ ବିରୋଧରେ ଲଢୁଛି ସେତେବେଳେ ବିଜେପି ଗୋଟିଏ ନିର୍ବାଚିତ ସରକାରକୁ ଭାଙ୍ଗିବାରେ ଲାଗିଛି ।

ରାଜସ୍ଥାନ ରାଜନୀତି; ଅଶୋକ ଗେହେଲଟଙ୍କ ସରକାର ଜିତିଲେ ଆସ୍ଥା

ଶୁକ୍ରବାର ଅଧିବେଶନ ଆରମ୍ଭ ହେବାପରେ ଗଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକୁ 2 ଘଣ୍ଟା ପାଇଁ ମୁଲତବୀ ରଖାଯାଇଥିଲା । ଅପରାହ୍ନ 1 ଟା ରେ ଅଧିବେଶନ ଆରମ୍ଭ ହେବାପରେ ସଂସଦୀୟ ମନ୍ତ୍ରୀ ଶାନ୍ତି ଧାରୀୱାଲ ଆସ୍ଥା ପ୍ରସ୍ତାବ ଆଗତ କରିଥିଲେ । ପ୍ରସ୍ତାବ ଆଗତ ପରେ ଯୋରଦାର ବିତର୍କ ହୋଇଥିଲା । ଉଭୟ ପକ୍ଷର ଆଲୋଚନା ପରେ ଧ୍ବନିମତରେ ସରକାର ବିଜୟୀ ହୋଇଥିବା ବାଚସ୍ପତି ଘୋଷଣା କରିଥିଲେ । ଫଳରେ ଅତିକମରେ 6 ମାସ ପର୍ଯ୍ୟନ୍ତ ସରକାର ଏବେ ସୁରକ୍ଷିତ । କାରଣ ନିୟମ ଅନୁସାରେ ଗୃହରେ ଥରେ ଆସ୍ଥା ଭୋଟ ହେଲେ ପୁଣି ଥରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ 6 ମାସ ଅପେକ୍ଷା କରିବାକୁ ପଡିବ ବିରୋଧୀଙ୍କୁ ।

ଗୃହରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ନିଜ ବକ୍ତବ୍ୟରେ କହିଥିଲେ ମୋର 69 ବର୍ଷର ଜୀବନ କାଳ ମଧ୍ୟରେ 50 ବର୍ଷ ମୁଁ ରାଜନୀତିରେ ଅଛି । କେବେ ଗଣତନ୍ତ୍ର ବିପଦରେ ଥିବା ଦେଖି ନାହିଁ । ଆଜି ଦେଶର ଗଣତନ୍ତ୍ର ବିପଦରେ । ଯାହା ଚିନ୍ତା ଜନକ । ଆମକୁ ଗଣତନ୍ତ୍ର ରକ୍ଷା କରିବାକୁ ହେବ । ଷଡଯନ୍ତ୍ରକାରୀଙ୍କ ସମସ୍ତ ଷଡଯନ୍ତ୍ରକୁ ବିଫଳ କରିବାକୁ ହେବ । ଆମର ଏକତା ଦୃଢ ନିଷ୍ପତ୍ତି ଓ ଲୋକଙ୍କ ଆସ୍ଥା ଏହି ବିଜୟର କାରଣ ବୋଲି କହିଥିଲେ । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ତାଙ୍କ ମଧ୍ୟରେ ଥିବା ଗୁପ୍ତ ବୁଝାମଣା ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ଗେହେଲଟ ।

ସେହିପରି ବିଗତ ଦିନ ଗୁଡିକରେ ସରକାର କରିଥିବା କାମ ଗୁଡିକ ଉପରେ ଗେହେଲଟ ଉଲ୍ଲେଖ କରିଥିଲେ । ଏହା ବ୍ୟତୀତ ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାରଙ୍କ ସଫଳତା ଉପରେ ଗୃହରେ ରଖି କହିଥିଲେ କରୋନା ମୁକାବିଲା ପାଇଁ ମୁଁ କେବେ ରାଜନୀତି କରିନାହିଁ । ମତେ ଗର୍ବ ଲାଗୁଛି ଯେ ରାଜସ୍ଥାନକୁ ପୁରା ଦେଶରେ ଉପଲବ୍ଧି ମିଳିଛି । କରୋନା ମୁକାବାଲି ପାଇଁ ରାଜସ୍ଥାନ ସରକାର ଭଲ କାମ କରିଛନ୍ତି । ଜଣଙ୍କ ମୃ୍ତ୍ୟୁ କେତେ ଦୁଃଖଦାୟକ ତାହା ସମସ୍ତେ ଜାଣନ୍ତି । ଯେଉଁଥିପାଇଁ ଆମେ ଅଭିଯାନ ଚଳାଇଲୁ । ଆଜି ରାଜ୍ୟରେ କରୋନା ପୁରା ନିୟନ୍ତ୍ରଣରେ ଅଛି । ଆଗକୁ ଆହୁରି ଭଲ କାମ କରାଯିବ । ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ଯାହା ଆବଶ୍ୟକ ସରକାର କରିବେ । ବିରୋଧୀଙ୍କ କୌଣସି ଷଡଯନ୍ତ୍ର ରାଜ୍ୟରେ କାମ ଦେବନାହିଁ ବୋଲି ଗେହେଲଟ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details