ଜୟପୁର: ଚଳିତ ବର୍ଷ ଏକର ଏକର ଫସଲରେ ଚରି ଗଲେଣି ପଙ୍ଗପାଳ । ଫଳରେ ଚାଷୀମାନେ ବ୍ୟାପକ କ୍ଷତି ସହିଛନ୍ତି । ପଙ୍ଗପାଳ ଆକ୍ରମଣରେ ରାଜସ୍ଥାନ ସର୍ବାଧିକ ପ୍ରଭାବିତ ହୋଇଛି । ରାଜସ୍ଥାନର କୃଷିମନ୍ତ୍ରୀ ଲାଲ ଚାନ୍ଦ କଟାରିଆ ପଙ୍ଗପାଳ ଆକ୍ରମଣକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି । କେନ୍ଦ୍ର ସରକାର ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ସେ କହିଛନ୍ତି ।
ପଙ୍ଗପାଳ ଆକ୍ରମଣକୁ ଜାତୀୟ ବିପତ୍ତି ଘୋଷଣା କରାଯାଉ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହିତ କଟାରିଆ ଭିଡିଓ କନଫେରନ୍ସି ମାଧ୍ୟମରେ ଏନେଇ ଆଲୋଚନା କରାଥିଲେ । ଏହି ସମୟରେ ସେ କେନ୍ଦ୍ରୀୟ ଯୋଜନାଗୁଡିକର ପ୍ରଥମ ଇନଷ୍ଟଲମେଣ୍ଟ ପାଉଣା ଦେବାକୁ କେନ୍ଦ୍ରକୁ ନିବେଦନ କରିଥିଲେ ।
ଖରିଫ ଋତୁରେ 2019ରେ କୃଷି ବୀମା କମ୍ପାନୀ ବାକି ଥିବା 380 କୋଟି ଟଙ୍କା ଯଥାଶୀଘ୍ର ଚାଷୀଙ୍କୁ ଦେବାକୁ କଟରିଆ ନିର୍ଦ୍ଦେଶ ଦେଇଛନ୍ତି । କଟାରିଆ କହିଛନ୍ତି ଯେ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକାଧିକ ଯୋଜନା କରିଛନ୍ତି। ହେଲେ ଅଧିକାଂଶ ଯୋଜନାର ଇନଷ୍ଟଲମେଣ୍ଟ ଏଯାଏଁ ରାଜ୍ୟ ପାଖକୁ ଆସିନାହିଁ। ତେଣୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତୁରନ୍ତ ଅର୍ଥ ମଞ୍ଜୁର କରନ୍ତୁ ବୋଲି ସେ କହିଛନ୍ତି।
କଟାରିଆଙ୍କ ବ୍ୟତୀତ ନାଗାଉର ସାଂସଦ ତଥା ରାଷ୍ଟ୍ରୀୟ ଗଣତାନ୍ତ୍ରିତକ ଦଳର ଆବାହକ ହନୁମାନ ବେନୁୱାଲ ପଙ୍ଗପାଳଙ୍କ ଆକ୍ରମଣକୁ ଜାତୀୟ ବିପତ୍ତି ଘୋଷଣା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଜଣାଇଛନ୍ତି ।