ଓଡିଶା

odisha

ETV Bharat / bharat

ମନ୍ତ୍ରୀ-ବିଧାୟକଙ୍କ ସହ ବୈଠକ କରିବେ ଗେହଲଟ୍ - ashok gehlot meeting with MLAs and ministers

କଂଗ୍ରେସ ସରକାରଙ୍କ ସମସ୍ତ ମନ୍ତ୍ରୀ ଓ ବିଧାୟକମାନଙ୍କୁ ନିଜ ନିର୍ବାଚନମଣ୍ଡଳୀ ଛାଡି ଜୟପୁରରେ ପହଞ୍ଚିବାକୁ କୁହାଯାଇଛି । ରାତି 9 ଟାରେ ବିଧାୟକ ଓ ମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ ମୁଖ୍ୟମନ୍ତ୍ରୀ ।

ମନ୍ତ୍ରୀ-ବିଧାୟକଙ୍କ ସହ ବୈଠକ କରିବେ ଗେହଲଟ୍
ମନ୍ତ୍ରୀ-ବିଧାୟକଙ୍କ ସହ ବୈଠକ କରିବେ ଗେହଲଟ୍

By

Published : Jul 12, 2020, 7:26 PM IST

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତାଙ୍କ ବାସଭବନରେ କଂଗ୍ରେସ ବିଧାୟକ ଓ ମନ୍ତ୍ରୀମାନଙ୍କୁ ଭେଟିଛନ୍ତି। କଂଗ୍ରେସ ବିଧାୟକ ଓ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ସକାଳ 10ଟାରୁ ଭେଟିବା ପ୍ରକ୍ରିୟା ଜାରି ରଖିଛନ୍ତି । ଏହାସହ କଂଗ୍ରେସ ସରକାରଙ୍କ ସମସ୍ତ ମନ୍ତ୍ରୀ ଓ ବିଧାୟକମାନଙ୍କୁ ନିଜ ନିର୍ବାଚନମଣ୍ଡଳୀ ଛାଡି ଜୟପୁରରେ ପହଞ୍ଚିବାକୁ କୁହାଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ଜୟପୁରରେ ପହଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ କଂଗ୍ରେସ ବିଧାୟକଙ୍କୁ କହିଛନ୍ତି । ରାତି 9 ଟାରେ ବିଧାୟକଙ୍କ ସହ ଏକ ବୈଠକ କରାଯିବ ।

ରାଜସ୍ଥାନ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚରିୟାୱାସଙ୍କ ଅନୁଯାୟୀ, କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି ଯେ ଯଦି କୌଣସି ବିଧାୟକ କିମ୍ବା ମନ୍ତ୍ରୀ ଫୋନ୍ ଉଠାଉନାହାଁନ୍ତି ତେବେ ତାଙ୍କ ସହ ଯୋଗଯୋଗ କରାଯିବାର ବ୍ୟବସ୍ଥା କରାଯାଉ । ସରକାର ରକ୍ଷା କରିବାର ଦାୟିତ୍ବ ସମସ୍ତଙ୍କ ଉପରେ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

ପ୍ରତାପ ସିଂ ଖାଚରିୟାୱାସ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦିଲ୍ଲୀ ଯାଇଥିବା ବିଧାୟକଙ୍କ ସହ ଯୋଗାଯୋଗରେ ଅଛନ୍ତି। ସଚିନ ପାଇଲଟ ଆମ ରାଜ୍ୟ ଅଧ୍ୟକ୍ଷ । ଯଦି କୌଣସି ବିଧାୟକ ତାଙ୍କ ସହ ଯାଇଛନ୍ତି, ଏହାର ଅର୍ଥ ନୁହେଁ ଯେ ଅଶୋକ ଗେହଲଟଙ୍କ ବିରୁଦ୍ଧରେ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗାଯୋଗ କରିଛନ୍ତି। ସମସ୍ତ ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନଜର ରଖିଛନ୍ତି’।

ଅନ୍ୟପକ୍ଷେ ଅଶୋକ ଗେହଲଟ୍ ଟ୍ବିଟ୍ କରି କହିଛନ୍ତି, ‘ ବିଜେପିର ଘୋଡା ବେପାର ବିରୋଧରେ କଂଗ୍ରେସ ବିଧାୟକ ଦଳ ଏସଓଜିକୁ ଅଭିଯୋଗ କରିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କୁ ସାଧାରଣ ବୟାନ ଦେବା ପାଇଁ ନୋଟିସ ମିଳିଛି । ଏହାକୁ କିଛି ଗଣମାଧ୍ୟମ ଦ୍ବାରା ଭିନ୍ନ ଭାବରେ ଉପସ୍ଥାପନ କରିବା ଅନୁଚିତ ’।

ABOUT THE AUTHOR

...view details