ଓଡିଶା

odisha

ETV Bharat / bharat

ନେହରୁଙ୍କ ନକଲ କରୁଛନ୍ତି ମୋଦି: ରାଜ ଠାକରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକରେ । ସେ କହିଛନ୍ତି ମୋଦି ଯାହାକୁ ସମାଲୋଚନା କରନ୍ତି ତାଙ୍କୁ ହିଁ ନକଲ କରନ୍ତି । ନାଦେଣ୍ଡଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ସେ ଏଭଳି କହିଛନ୍ତି ।

By

Published : Apr 13, 2019, 4:12 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶରେ ଏବେ ନିର୍ବାଚନୀ ମାହୋଲ । ଶାସନ ଗଦିରେ ବସିବା ପାଇଁ କସରତ କରୁଛନ୍ତି ସମସ୍ତ ରାଜନୈତିକ ଦଳ । ନିଜ ଦଳୀୟ ପ୍ରଚାର ସହ ନେତାଙ୍କ ଆରୋପ ପ୍ରତ୍ୟାରୋପ ମଧ୍ୟ ଜୋରଦାର ଚାଲିଛି । ନିଜ ବିରୋଧୀ ଦଳକୁ କଟାକ୍ଷ କରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି ନେତାମାନେ । ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନାରର ଅଧ୍ୟକ୍ଷ ରାଜ ଠାକରେ । ମୋଦି ନେହରୁଙ୍କୁ କପି କରୁଥିବା ଅଭିଯୋଗ କରିଛନ୍ତି ସେ ।

'ପ୍ରଧାନ ସେବକ' ଶବ୍ଦ ସର୍ବପ୍ରଥମେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ନିଜ ଶାସନ କାଳରେ ବ୍ୟବହାର କରିଥିଲେ । ସେ ଦେଶର ଜନତାଙ୍କ ପ୍ରଥମ ସେବକ ବୋଲି କହୁଥିଲେ । କିନ୍ତୁ ମୋଦି ତାଙ୍କ ଶବ୍ଦକୁ ଏବେ ନକଲ କରୁଛନ୍ତି । ପ୍ରଥମ ଜାଗାରେ ପ୍ରଧାନ ଲଗାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।

ନେହରୁ ଏବଂ ସୋନିଆଙ୍କୁ ସର୍ବଦା ଗାଳି ଦେଉଥିବା ମୋଦି ସେମାନଙ୍କର ହିଁ ନକଲ କରୁଥିବା ସେ କହିଛନ୍ତି । ନାଦେଣ୍ଡଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ସେ ଏଭଳି କହିଛନ୍ତି ।

For All Latest Updates

ABOUT THE AUTHOR

...view details