ଓଡିଶା

odisha

ETV Bharat / bharat

‘ଚୁପି ତୋଡ୍’ ଅଭିଯାନ ଆରମ୍ଭ କଲେ ରାୟପୁର ପୋଲିସ - ରାୟପୁର ପୋଲିସ

ଲକଡାଉନ ସମୟରେ ବୃଦ୍ଧି ପାଇଥିବା ଘରୋଇ ହିଂସାକୁ ରୋକିବା ପାଇଁ ଛତିଶଗଡର ରାୟପୁର ପୋଲିସ ‘ଚୁପି ତୋଡ୍’ ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁଥିରେ ପୋଲିସ ଘରୋଇ ହିଂସା ପୀଡିତାଙ୍କ ସହ ନିୟମିତ ଯୋଗାଯୋଗରେ ରହି ସେମାନଙ୍କ ସୁରକ୍ଷା ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରିବେ ।

chupi tode campaign
‘ଚୁପି ତୋଡ୍’ ଅଭିଯାନ ଆରମ୍ଭ କଲେ ରାୟପୁର ପୋଲିସ

By

Published : May 3, 2020, 3:11 PM IST

ରାୟପୁର: ‘ଚୁପି ତୋଡ’ ଅଭିଯାନ ଆରମ୍ଭ କଲେ ରାୟପୁର ପୋଲିସ । ଲକଡାଉନ ସମୟରେ ବୃଦ୍ଧି ପାଇଥିବା ଘରୋଇ ହିଂସାକୁ ରୋକିବା ପାଇଁ ଛତିଶଗଡର ରାୟପୁର ପୋଲିସ ‘ଚୁପି ତୋଡ୍’ ଅଭିଯାନ ଆରମ୍ଭ କରିଛନ୍ତି । ଯେଉଁଥିରେ ପୋଲିସ ଘରୋଇ ହିଂସା ପୀଡିତାଙ୍କ ସହ ନିୟମିତ ଯୋଗାଯୋଗରେ ରହି ସେମାନଙ୍କ ସୁରକ୍ଷା ଦେବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରିବେ ।

ଗତ ଜାନୁଆରୀ ଏବଂ ଫେବୃଆରୀ ମାସ ମଧ୍ୟରେ ପ୍ରାୟ 40 ଟି ଅଭିଯୋଗ ରିପୋର୍ଟ ହୋଇଥିବାବେଳେ ବର୍ତ୍ତମାନ ରାୟପୁର ପୋଲିସ ପ୍ରତି ମାସରେ 60 ରୁ 65 ଘରୋଇ ହିଂସା ମାମଲା ରିପୋର୍ଟ କରୁଛନ୍ତି । ରାୟପୁର ଏସଏସପି ଆରିଫ ଶେଖଙ୍କ ସୂଚନା ଅନୁଯାୟୀ, ଲକଡାଉନ ସମୟରେ ଅନେକ ଘରୋଇ ହିଂସା ମାମଲା ରୁଜୁ ହୋଇଛି। ଏଣୁ ଏହି ସମସ୍ୟାର ସମାଧାନ ପାଇଁ ଆମେ 'ଚୁପି ତୋଡ' ଅଭିଯାନ ଆରମ୍ଭ କରିଛୁ। ଏହା ଅଧୀନରେ ଆମେ ଘରୋଇ ହିଂସା ସମ୍ପର୍କରେ ଜଣିପାରିବୁ।

ଏହି ଅଭିଯାନ ଜରିଆରେ ଗତ ତିନି ବର୍ଷ ମଧ୍ୟରେ ଆମେ 1500 ପୀଡିତଙ୍କୁ ଚିହ୍ନଟ କରିଛୁ। ଏହାଛଡା ଗତ ଚାରି ଦିନ ମଧ୍ୟରେ ଆମେ 150ରୁ ଅଧିକ ଘରୋଇ ହିଂସା ମାମଲା ରିପୋର୍ଟ କରିଛୁ । ସେମାନଙ୍କ ମଧ୍ୟରୁ 10-15 ପୁରୁଷ ସେମାନଙକ ସ୍ତ୍ରୀଙ୍କ ବିରୋଧରେ ଘରୋଇ ହିଂସା ମାମଲା ଅଭିଯୋଗ ଆଣିଥିବା ଏସଏସପି କହିଛନ୍ତି ।

ତେବେ ରାୟପୁର ପୋଲିସ ଘରୋଇ ହିଂସା ପୀଡିତଙ୍କ ପାଇଁ 11 ଟି ପ୍ରଶ୍ନକୁ ନେଇ ଏକ ପ୍ରଶ୍ନପତ୍ର ପ୍ରସ୍ତୁତ କରିଛନ୍ତି । ଯାହା ପୀଡିତାମାନଙ୍କୁ ସୁରକ୍ଷିତ ସ୍ଥାନରେ ଅଛିନ୍ତି କି ନାହିଁ ତାହା ନିଶ୍ଚିତ କରିବାରେ ସାହାଯ୍ୟ କରିବ । ଏହାଛଡା ଆମେ ଏକ ଟୋଲ୍ ଫ୍ରି ନମ୍ବର ଏବଂ ହ୍ବାଟ୍ସଆପ ନମ୍ବର ମଧ୍ୟ ଦେଇଛୁ । ଯାହା ମାଧ୍ୟମରେ ପୀଡିତାମାନେ ଆମ ସହ ଯୋଗାଯୋଗ କରିପାରିବେ। ଆମେ ତୁରନ୍ତ ଘଟଣାର ତଦନ୍ତ କରି ମହିଳା କିମ୍ବା ପୁରୁଷ ଯିଏ ଦୋଷୀ ତାଙ୍କ ବିରୋଦ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଏସଏସଆଇ କହିଛନ୍ତି ।

ABOUT THE AUTHOR

...view details