ମୁମ୍ବାଇ: ରାଜ୍ୟରେ ଜାରି ରହିଛି ବର୍ଷା ବିତ୍ପାତ । ଆନ୍ଧ୍ର, ତେଲେଙ୍ଗାନା ପରେ ମହାରାଷ୍ଟ୍ରରେ ଲାଗିରହିଛି ତୁହାକୁ ତୁହା ବର୍ଷା । ଯାହାର ପ୍ରଭାବରେ ଆଜି(ଗୁରୁବାର) ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ସୂଚନା ଦେବା ସହ ରେଡ ଆଲର୍ଟ ଜାରି କରିଛି ।
ମହାରାଷ୍ଟ୍ରର ମୁମ୍ବାଇ ଓ ଥାଣେ ଅଞ୍ଚଳ ସମତେ ଉତ୍ତର କୋଙ୍କଣ କ୍ଷେତ୍ରରେ ରେଡ ଆଲର୍ଟ ଜାରି ହୋଇଛି । ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ଅନେକ ସ୍ଥାନରେ ପାଣି ଜମି ରହିଛି ।ତେବେ ବୁଧବାର ଲଗାଣ ବର୍ଷା ଯୋଗୁଁ ପୁଣେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ବନ୍ୟା ପ୍ରଭାବିତ ନିମଗାଁଓ କେତକି ଗାଁରେ 40 ରୁ ଉର୍ଦ୍ଧ୍ବ ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯାଇଛି ।