ଓଡିଶା

odisha

ETV Bharat / bharat

ଦିଲ୍ଲୀବାସୀଙ୍କୁ ଡହ ଡହ ଖରାରୁ ନିସ୍ତାର, ବର୍ଷାରେ ଭିଜୁଛି ସାରା ସହର - down-temperature-in-delhi-ncr

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ଯେ ଆସନ୍ତା ଦୁଇ ଘଣ୍ଟା ପାଇଁ ଦିଲ୍ଲୀ ଏବଂ ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

ଦିଲ୍ଲୀ ବାସୀଙ୍କୁ ଡହ ଡହ ଖରାରୁ ନିସ୍ତାର, ବର୍ଷାରେ ଭିଜୁଛି ସାରା ସହର
ଦିଲ୍ଲୀ ବାସୀଙ୍କୁ ଡହ ଡହ ଖରାରୁ ନିସ୍ତାର, ବର୍ଷାରେ ଭିଜୁଛି ସାରା ସହର

By

Published : Jun 7, 2020, 8:52 AM IST

ନୂଆଦିଲ୍ଲୀ: ଅସହ୍ୟ ତାତିରୁ ଦିଲ୍ଲୀକୁ ନିସ୍ତାର। ଗତ କିଛିଦିନ ହେବ ରାଜଧାନୀ ବାସୀ ବର୍ଷା ଶାନ୍ତିରେ ନିଶ୍ବାସ ମାରୁଛନ୍ତି। ନଚେତ୍ ଡହ ଡହ ଖରାରେ ଜଳୁଥିଲା ସାରା ସହର। ରବିବାର ଦିଲ୍ଲୀର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଯାହାଫଳରେ ତାପମାତ୍ରା 28 ଡିଗ୍ରୀ ତଳକୁ ଖସି ଆସିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ଯେ ଆସନ୍ତା ଦୁଇ ଘଣ୍ଟା ପାଇଁ ଦିଲ୍ଲୀ ଏବଂ ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ସହିତ ଘଡଘଡି ହେବାର ସମ୍ଭାବନା ରହିଛି।

ଏହାସହ ଜୁନ୍ 10 ରୁ ତିନି ଦିନ ପର୍ଯ୍ୟନ୍ତ ବଜ୍ରପାତର ସମ୍ଭାବନା ସହିତ ଆଂଶିକ ମେଘୁଆ ଆକାଶ ରହିବ। ଯାହାଫଳରେ ସର୍ବନିମ୍ନ ଏବଂ ସର୍ବାଧିକ ତାପମାତ୍ରା ଯଥାକ୍ରମେ 29 ° ସେଲସିୟସ୍ ଏବଂ 42 ° ସେଲସିୟସ୍ ଉପରେ ରହିବ ବୋଲି ଆଇଏମଡି ସୂଚନା ଦେଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା। ଜୁନ୍ 7 ପାଇଁ ଚମ୍ବା, କାଙ୍ଗ୍ରା, ଶିମଲା, ସୋଲାନ୍, ସିର୍ମାଉର୍ ଏବଂ ମାଣ୍ଡି ଜିଲ୍ଲା ପାଇଁ ରାଜ୍ୟ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ରହିଛି।

ଜୁନ୍ 7 ରେ ହିମାଚଳ ପ୍ରଦେଶରେ ଏବଂ ଜୁନ୍ 8 ରେ ମଧ୍ୟମ ଏବଂ ଉଚ୍ଚ ପାହାଡରେ କୁଆପଥର ବର୍ଷା ଏବଂ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ABOUT THE AUTHOR

...view details