ନୂଆଦିଲ୍ଲୀ: ବିମାନ ବନ୍ଦର ପରି ରେଳବାଇ ମଧ୍ୟ QR କୋଡ୍ ଭଳି ଯୋଗାଯୋଗ ବିହୀନ ଟିକେଟ ଦେବାକୁ ଯୋଜନା କରୁଛି । ଷ୍ଟେସନ ଓ ଟ୍ରେନରେ ମୋବାଇଲ ଦ୍ବାରା QR କୋଡ୍ କୁ ସ୍କାନିଂ କରାଯାଇ ଟିକେଟ ଯାଞ୍ଚ କରାଯିବ । ଏହା ଦ୍ବାରା ସାମାଜିକ ଦୂରତା ରକ୍ଷା କରାଯାଇପାରିବ । ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଏନେଇ ସୂଚନା ଦେଇଛନ୍ତି ।
ରେଳ ବୋର୍ଡର ଚେୟାରମ୍ୟାନ ଭି.କେ ଯାଦବ କହିଛନ୍ତି ଯେ, ବର୍ତ୍ତମାନ 85 ପ୍ରତିଶତ ଟ୍ରେନ ଟିକେଟ ଅନଲାଇନ ବୁକ କରାଯାଉଛି ।କାଉଣ୍ଟରରୁ ଟିକେଟ୍ କିଣୁଥିବା ବ୍ୟକ୍ତିଙ୍କ ପାଇଁ QR କୋଡ୍ ବ୍ୟବସ୍ଥା କରାଯିବ। ଯାଦବ କହିଛନ୍ତି, “ଆମେ QR କୋଡ୍ ସିଷ୍ଟମ ଆରମ୍ଭ କରିଛୁ ଯାହା ଟିକେଟରେ ଦିଆଯିବ।
ଯେଉଁମାନେ ଅନଲାଇନ୍ କିଣୁଛନ୍ତି ସେମାନଙ୍କୁ ଟିକେଟ୍ ଉପରେ ଏକ କୋଡ୍ ଦିଆଯିବ । ୱିଣ୍ଡୋ ଟିକେଟ୍ ରେ ମଧ୍ୟ ଯେତେବେଳେ କାହାକୁ କାଗଜ ଟିକେଟ୍ ଦିଆଯାଏ, ସେତେବେଳେ ଯାତ୍ରୀଙ୍କ ମୋବାଇଲରେ ଏକ ମେସେଜ୍ ପଠାଯିବ ଯେଉଁଥିରେ QR କୋଡ୍ ସହିତ ଲିଙ୍କ୍ ରହିବ । ଲିଙ୍କ୍ ଖୋଲିବେ ଏହି କୋଡ୍ ଦେଖାଯିବ । ଏହା ପରେ ଷ୍ଟେସନ କିମ୍ବା ଟ୍ରେନରେ ଟିଟିଇରେ ଏକ ଫୋନ୍ କିମ୍ବା ଯନ୍ତ୍ରପାତି ରହିବ ଯେଉଁଥିରେ ଯାତ୍ରୀଙ୍କ ଟିକେଟ୍ ର QR କୋଡ୍ ସ୍କାନିଂ କରାଯିବ । ଫଳରେ ଟିକେଟ୍ ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ ଯୋଗାଯୋଗହୀନ ହେବ ବୋଲି ସେ କହିଛନ୍ତି। କୋରୋନା ସମୟରେ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ବଜାୟୀ ରହିବ ।