ନୂଆଦିଲ୍ଲୀ: ଟିଟିଇଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କଲା ରେଳବାଇ । ଜୁନ 1ରୁ ଚଳାଚଳ ହେବାକୁ ଥିବା 100 ଯୋଡି ଟ୍ରେନର ଟିକେଟ ଯାଞ୍ଚ କର୍ମଚାରୀଙ୍କ ପାଇଁ ରେଳୱେ ନିର୍ଦ୍ଦେଶାବଳୀ ଜାରି କରିଛି।
167 ବର୍ଷ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି ଯେ ରେଳବାଇ ଟିଟିଇ କର୍ମଚାରୀଙ୍କ ପାଇଁ କୋଟ୍ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ ରଦ୍ଦ କରିଛନ୍ତି। ଏଥିସହ ଟିଟିଇ କର୍ମଚାରୀଙ୍କୁ ଆଟିସି ଗ୍ଲାସ୍ (ମ୍ୟାଗ୍ନିଫାଇଙ୍ଗ୍ ଗ୍ଲାସ୍) ଦିଆଯିବ । ଯାହା ଦ୍ବାରା ସେମାନେ ଦୂରରେ ରହି ଟିକେଟ୍ ଯାଞ୍ଚ କରିପାରିବେ ।