ନୂଆଦିଲ୍ଲୀ: ମେ 1ରୁ ଦେଶରେ 1300ଟି ଟ୍ରେନ ଚଳାଚଳ କରୁଛି । ଏଥିରେ 17 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରମିକ ଘରକୁ ଫେରିଛନ୍ତି ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହା ସହ ଗତ ତିନି ଦିନ ମଧ୍ୟରେ ଦିନକୁ 2ଲକ୍ଷ ରୁ ଅଧିକ ପ୍ରବାସୀ ଘରକୁ ଫେରିଛନ୍ତି । ଆଗାମୀ ଦିନରେ ଏହାକୁ 3 ଲକ୍ଷକୁ ବୃଦ୍ଧି କରାଯିବ। ଏନେଇ ଗତକାଲି ରେଳମନ୍ତ୍ରଣାଳୟ ସୂଚନା ଦେଇଛି।
ଏପର୍ଯ୍ୟନ୍ତ ଯେତିକି ଟ୍ରେନ ବାତିଲ କରାଯାଇଛି, ସେଗୁଡିକ ମୁଖ୍ୟତଃ ଉତ୍ତର-ପ୍ରଦେଶର । ବର୍ତ୍ତମାନ 500 ଟ୍ରେନ ଚଳାଚଳ ପାଇଁ ଅନୁମତି ଦେଇଛି । ବିହାରକୁ ମଧ୍ୟ 300 ଟ୍ରେନ ଚଳାଚଳ କରୁଛି ।
ଏହି ଟ୍ରେନଗୁଡିକରେ ଶ୍ରମିକଙ୍କ ଠାରୁ ଭଡା ଆଦାୟ କରାଯାଉଥିବା ନେଇ ବିରୋଧୀ ଦଳ ଅଭିଯୋଗ ଆଣିଥିଲେ । ଏହାର ଉତ୍ତରରେ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ଯାତ୍ରୀଙ୍କ ଭଡା ପାଇଁ କେନ୍ଦ୍ର -ରାଜ୍ୟ 85-15 ପ୍ରତିଶତ ଦେବେ।