ଓଡିଶା

odisha

ETV Bharat / bharat

ପୂର୍ବତଟ ଓ ପଶ୍ଚିମତଟ DFC ପ୍ରକଳ୍ପ କାର୍ଯ୍ୟ ସମୟ ସୀମା 6 ମାସ ବୃଦ୍ଧି - Chairman Railway Board

ଉଭୟ ପୂର୍ବ ଓ ପଶ୍ଚିମ ତଟ ଡେଡିକେଟେଡ ଫ୍ରେଟ କରିଡରର କାର୍ଯ୍ୟ ସମାପ୍ତର ଅବଧିକୁ ଆଉ 6 ମାସ ଘୁଞ୍ଚାଇ ଦେଇଛି ଭାରତୀୟ ରେଳବାଇ । ଜୁନ 22 ସୁଦ୍ଧା ଏହି କାମ ଶେଷ ହେବ । ଅଧିକ ପଢନ୍ତୁ...

ପୂର୍ବତଟ ଓ ପଶ୍ଚିମତଟ DFC ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ସମୟ ସୀମା 6 ମାସ ବୃଦ୍ଧି
ପୂର୍ବତଟ ଓ ପଶ୍ଚିମତଟ DFC ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ସମୟ ସୀମା 6 ମାସ ବୃଦ୍ଧି

By

Published : Aug 20, 2020, 10:28 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ଉଭୟ ପୂର୍ବ ଓ ପଶ୍ଚିମ ତଟ ଡେଡିକେଟେଡ ଫ୍ରେଟ କରିଡରର କାର୍ଯ୍ୟ ସମାପ୍ତର ଅବଧିକୁ ଆଉ 6 ମାସ ଘୁଞ୍ଚାଇ ଦେଇଛି ଭାରତୀୟ ରେଳବାଇ । ଜୁନ 22 ସୁଦ୍ଧା ଏହି କାମ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ରେଳ ବୋର୍ଡ ଚେୟାରମ୍ୟାନ ବିନୋଦ କୁମାର ଯାଦବ ।

ଏହାପୂର୍ବରୁ, ଡିସେମ୍ବର 2021 ସୁଦ୍ଧା ରେଳ ନେଟୱାର୍କର ଉନ୍ନତି, ମାଲ ପରିବହନ କ୍ଷମତା ବୃଦ୍ଧି ଏବଂ ଦ୍ରୁତ ଗତି ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ରେଳ ଅଧିକାରୀ କହିଛନ୍ତି, ମହାମାରୀ କୋରୋନା ଯୋଗୁଁ ଦେଶବ୍ୟାପୀ ଲକଡାଉନ ଥିବାବେଳେ ଏହି ପ୍ରକଳ୍ପ ଦୁଇମାସ ପାଇଁ ଅଟକି ଯାଇଥିଲା। ଆମେ ଆମର ସମସ୍ତ ଶ୍ରମିକଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ। ଡେଡିକେଟେଡ ଫ୍ରେଟ କରିଡର କାର୍ଯ୍ୟକ୍ଷମ ହେବ ଏବଂ ଏହା ଜୁନ 2022 ସୁଦ୍ଧା ଶେଷ ହେବ ବୋଲି ସେ କହିଛନ୍ତି ।

ପୂର୍ବ ଏବଂ ପଶ୍ଚିମ ଡେଡିକେଡେଡ ଫ୍ରେଟ କରିଡରରେ ପ୍ରାୟ 81,459 କୋଟି ଟଙ୍କା ବିନିଯୋଗ ହେବ ବୋଲି ଆଶା କରାଯାଉଛି। ରେଳବାଇର 2030 ସୁଦ୍ଧା ଚାରୋଟି ନୂତନ କରିଡର ପାଇଁ ଯୋଜନା ଅଛି ଯାହା ସରକାରୀ-ବେସରକାରୀ ଭାଗିଦାରୀ ଅଧୀନରେ ଆର୍ଥିକ ଅନୁଦାନ ପ୍ରାପ୍ତ ହେବ |

ABOUT THE AUTHOR

...view details