ଓଡିଶା

odisha

ETV Bharat / bharat

ଶ୍ରମିକ ସ୍ପେଶାଲ ଟ୍ରେନରୁ 429 କୋଟି ଆଦାୟ କରିଛି ରେଳବିଭାଗ - Shramik trains

ରେଳ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ରେଳବିଭାଗ ଶ୍ରମିକ ସ୍ବତନ୍ତ୍ର ଟ୍ରେନରୁ ଜୁଲାଇ 9 ସୁଦ୍ଧା ପ୍ରାୟ 429.90 କୋଟି ଟଙ୍କା ଭଡା ଆଦାୟ କରିଛି ।

ଶ୍ରମିକ ସ୍ବତନ୍ତ୍ର ଟ୍ରେନରୁ 429 କୋଟି ଆଦାୟ
ଶ୍ରମିକ ସ୍ବତନ୍ତ୍ର ଟ୍ରେନରୁ 429 କୋଟି ଆଦାୟ

By

Published : Jul 25, 2020, 12:08 PM IST

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ରେଳବିଭାଗ ଶ୍ରମିକ ସ୍ବତନ୍ତ୍ର ଟ୍ରେନରୁ ଜୁଲାଇ 9 ସୁଦ୍ଧା ପ୍ରାୟ 429.90 କୋଟି ଟଙ୍କା ଭଡା ଆଦାୟ କରିଛି । ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଶ୍ରମିକ ଟ୍ରେନ୍ ଚଳାଇବାରେ ଜାତୀୟ ପରିବହନକାରୀ ପ୍ରାୟ 2400 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଜାତୀୟ ପରିବହନକାରୀ ଗୁଜୁରାଟ, ମହାରାଷ୍ଟ୍ର ଓ ତାମିଲନାଡୁରୁ ଯଥାକ୍ରମେ 102 କୋଟି, 85 କୋଟି ଓ 34 କୋଟି ଟଙ୍କା ଭଡା ଆଦାୟ କରି ସର୍ବାଧିକ ରାଜସ୍ବ ପାଇଛନ୍ତି। ଏହି ଭଡା ରାଜ୍ୟଗୁଡିକ ପ୍ରଦାନ କରିବାର ଥିଲା ମାତ୍ର ସ୍ଥାନୀୟ ପ୍ରଶାସନ ପ୍ରବାସୀ ଶ୍ରମିକଙ୍କଠାରୁ ଟଙ୍କା ସଂଗ୍ରହ କରୁଥିବା ନେଇ ଅନେକ ଖବର ମଧ୍ୟ ସାମ୍ନାକୁ ଆସିଛି। ତେବେ ଏହି ଭଡା ଶ୍ରମିକ ଦେଇଛନ୍ତି ନା ରାଜ୍ୟ ସେ ନେଇ କୌଣସି ସଠିକ୍ ତଥ୍ୟ ନାହିଁ ।

ମନ୍ତ୍ରଣାଳୟ ଜୁନ ମାସରେ କହିଥିଲା ଯେ ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରବାସୀ ଭାରତୀୟଙ୍କ ପାଇଁ ହାରାହାରି ଭଡା 600 ଟଙ୍କା ଓ ଟ୍ରେନ୍ ଚଳାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ପ୍ରାୟ 3400 ଟଙ୍କା ଖର୍ଚ୍ଚ ହୋଇଛି। ଉପରୋକ୍ତ ଅଧିକାରୀ କହିଛନ୍ତି ଯେ ଭଡା ରାଜ୍ୟରୁ ନିଆଯାଇଛି। ରେଳବିଭାଗ ମେ' 1 ରୁ ଜୁଲାଇ 9 ମଧ୍ୟରେ 4,496 ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରି 6.3 ନିୟୁତ ଲୋକଙ୍କୁ ଘରେ ପହଞ୍ଚାଇଛି ।

ABOUT THE AUTHOR

...view details