ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ରେଲୱେ ନେଟୱାର୍କ ଭାରତୀୟ ରେଳ ଲକଡାଉନ ପ୍ରଭାବରେ ବିଶେଷ ପ୍ରଭାବିତ ହୋଇଛି । ତଥାପି ଦେଶରେ ଏହି ମହାବିପତ୍ତି ସମୟରେ ରେଲୱେ ନିଜର ଯୋଗଦାନ ଜାରି ରଖିଥିଲା । ଏବେ ଭାରତୀୟ ରେଳର ବିଶେଷ କରି ରାଜଧାନୀ ଏକ୍ପପ୍ରେସର 15 ଯୋଡା ଟ୍ରେନର ବୁକିଂର ଏକ ସପ୍ତାହର ମଧ୍ୟରେ 2.05 ଲକ୍ଷ ଟିକେଟ୍ ବିକ୍ରି କରି 76.22 କୋଟି ଟଙ୍କା ଆୟ କରିଛି ।
ମେ 10ରେ, ଭାରତୀୟ ରେଳ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ରାଜଧାନୀ ଟ୍ରେନର 15 ଯୋଡା ଟ୍ରେନ ମେ 12ରୁ କାର୍ଯ୍ୟ ଆରମ୍ଭ କରିବ । ଯାହାର ବୁକିଂ ମେ 11 ରୁ ଆରମ୍ଭ ହୋଇଥିଲା ।
ଅଧିକାରୀ କହିଛନ୍ତି ଯେ ଏକ ସପ୍ତାହ ମଧ୍ୟରେ 3.80 ଲକ୍ଷ ଯାତ୍ରୀଙ୍କ ପାଇଁ ଟିକେଟ ବୁକ୍ କରାଯାଇଛି । ସୋମବାର 26,830 ରୁ ଅଧିକ ଯାତ୍ରୀ ସ୍ବତନ୍ତ୍ର ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବାବେଳେ ରବିବାର 30,039 ଯାତ୍ରୀ ଦ୍ବାରା ଯାତ୍ରା କରିଥିଲେ ।