ନୂଆଦିଲ୍ଲୀ: ଦେଶରେ କୋରୋନା କାଳରୁ ଲକଡାଉନ ସମୟରେ ବିଶ୍ବର ସର୍ବବୃହତ ରେଲୱେ ନେଟୱାର୍କ ସେବା ବନ୍ଦ ରହିଥିଲା । ମାତ୍ର ଏହି ସମୟରେ ଭାରତୀୟ ରେଳ ବିଭାଗ ତାର ସ୍ଥଗିତ ଥିବା ତଥା ଅଧାପନ୍ତରିଆ ଭାବେ ପଡିରହିଥିବା ପ୍ରକଳ୍ପଗୁଡିକ ଶେଷ କରିବା ପାଇଁ ସର୍ବୋତ୍ତମ ସମୟ ଭାବେ ବାଛିନେଇଥିଲା ।
ଭାରତୀୟ ରେଳ ତାଲାବନ୍ଦ ମଧ୍ୟରେ 200 ଟି ପ୍ରୋଜେକ୍ଟ କାମ ସମ୍ପୂର୍ଣ୍ଣ କରିଛି । ରେଳ ମନ୍ତ୍ରଣାଳୟର କହିବାନୁସାରେ, ଏହି ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କରିବା ପାଇଁ ଟ୍ରାଫିକକୁ ଦୀର୍ଘ ସମୟ ଧରି ବନ୍ଦ କରିବା ଆବଶ୍ୟକ ଥିଲା । ତେବେ ତାଲାବନ୍ଦ କାରଣରୁ ଏହି ପ୍ରକଳ୍ପଗୁଡିକ ଶୀଘ୍ର ଶେଷ ହୋଇଥିଲା।
ଭାରତୀୟ ରେଳର କହିବା ଅନୁଯାୟୀ, ଯେଉଁ ପ୍ରକଳ୍ପଗୁଡ଼ିକରେ କାର୍ଯ୍ୟ ସମାପ୍ତ ହୋଇଛି ସେଥିରେ 82 ଟି ବ୍ରିଜ୍ ମରାମତି ଏବଂ ପୁନଃ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏଥିସହ ରେଳ କ୍ରସିଂ ହଟାଇବା ପାଇଁ 48 ଟି ଅଣ୍ଡରବ୍ରିଜ୍ କାମକୁ ସମ୍ପୂର୍ଣ୍ଣ ହୋଇଛି ।