ଓଡିଶା

odisha

ETV Bharat / bharat

ଟ୍ରେନରେ ଯାତ୍ରା କରୁଛନ୍ତି କି, ମିଳିବ କମ ଟଙ୍କାରେ ଉନ୍ନତମାନର ଖାଦ୍ୟ - ଟ୍ରେନରେ ମିଳିବ ଖାଦ୍ୟ

ନୂଆ କ୍ୟାଟରିଙ୍ଗ ନୀତିରେ ବର୍ତ୍ତମାନ ଟ୍ରେନରେ ଯେଉଁ ଭୋଜନ ଦିଆଯାଉଛି, ଏଥିରେ କିଛି ପରିବର୍ତ୍ତନ କରାଯାଇଛି ।

ପ୍ରତିକାତ୍ମକ ଫଟୋ

By

Published : Sep 10, 2019, 12:32 PM IST

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ରେଳ ବିଭାଗ ଆଣିବାକୁ ଯାଉଛି ନୂଆ କ୍ୟାଟରିଙ୍ଗ ନୀତି । ନୂଆ କ୍ୟାଟରିଙ୍ଗ ନୀତିରେ ବର୍ତ୍ତମାନ ଟ୍ରେନରେ ଯେଉଁ ଭୋଜନ ଦିଆଯାଉଛି, ଏଥିରେ କିଛି ପରିବର୍ତ୍ତନ କରାଯାଇଛି । ଏହି ନୂଆ ନୀତିରେ ଯାତ୍ରୀଙ୍କୁ କ୍ଲାସ ହିସାବରେ ଅଲଗା ଅଲଗା ଭୋଜନ ମିଳିବ । ଏହିସବୁ ଖାଇବାର ନ୍ୟୁନତମ ପ୍ରାଇସ 40 ଟଙ୍କାରୁ ନେଇ 250 ଟଙ୍କା ପର୍ଯ୍ୟନ୍ତ ସ୍ଥିର କରାଯାଇଛି । ଏହି ସୂଚନା ଦେଇଛନ୍ତି ରେଲୱେ ବୋର୍ଡର ଚେୟାରମ୍ୟାନ ବିନୋଦ କୁମାର ଯାଦବ ।

ସେ କହିଛନ୍ତି ଯେ, ରେଳ ବିଭାଗ ଏଦିଗରେ ନୂଆ ନୀତି ଆଣିବାକୁ ଯାଉଛି । ନୂଆ କ୍ୟାଟରିଙ୍ଗ ନୀତିରେ ଅଧିକ କମ୍ବୋ ମିଲ୍ସକୁ ସାମିଲ କରାଯିବ । ରେଳବାଇ ନୂତନ କ୍ୟାଟରିଙ୍ଗ ନୀତିରେ ୫୦ ଟଙ୍କାରେ ଭଲ ଭୋଜନ ଦେବା ସହ ସ୍ଥାନୀୟ ଭୋଜନକୁ ଅଧିକ ଗୁରୁତ୍ବ ଦିଆଯିବ । ଯେଉଁଥିରେ ପୁରୀ-ତରକାରି, ରାଜମା-ଭାତ, ଡାଲି-ଭାତ ଓ ଛୋଲେ-ଭଟୁରେକୁ ସାମିଲ କରାଯିବ । ଏହାସହ ପୂରା ଥାଳି ବା ଭୋଜନରେ ଅଧିକ ଭେରାଇଟି ଚାହୁଁଥିଲେ, ଆପଣଙ୍କୁ 200-250ଟଙ୍କା ଦେବାକୁ ପଡିବ ।

ଉଭୟ ଖାଇବାରେ ଖାଇବାର ମାନ ଉପରେ ବିଶେଷ ଧ୍ୟାନ ରଖାଯିବ । ସେ କହିଛନ୍ତି ଯେ, କମ ଖର୍ଚ୍ଚରେ ବହୁତ ଭେରାଇଟି ଦିଆଯିବା ସମ୍ଭବ ହୋଇ ନଥିଲେ ମଧ୍ୟ ସବୁ ବର୍ଗକୁ ଧ୍ୟାନରେ ରଖି ଏହିସବୁ ନୀତି ଉପରେ କାମ ଆରମ୍ଭ କରାଯାଉଛି । ଏହି ନୂଆ ନୀତି ଆସନ୍ତା ଡିସେମ୍ବରରୁ ଲାଗୁ ହେବ ବୋଲି କୁହାଯାଉଛି ।

ABOUT THE AUTHOR

...view details