ନୂଆଦିଲ୍ଲୀ: ପ୍ରଵାସ ଲେଉଟିବାର ଧର୍ଯ୍ୟ, ସାହସ ଓ ଚେଷ୍ଟା କାହା କ୍ଷେତ୍ରରେ ସଫଳ ରୂପାୟନ ହୋଇଛି ତ କାହା ପାଇଁ ମୃତ୍ୟୁ ଆଣିଛି। ଭୋକ/ଉପାସରେ ଟ୍ରେନ୍ ଯାତ୍ରା କରିଥିବା ଶ୍ରମିକଙ୍କ ଦୁଃଖ ଚଳିତ ଦଶନ୍ଧିର ସଵୁଠାରୁ ସମ୍ବେଦନଶୀଳ ଅଘଟଣ। ତେଵେ ଶ୍ରମିକଙ୍କୁ ପ୍ରଵାସ ଫେରେଇ ଆଣିବାକୁ ସ୍ଵତନ୍ତ୍ର ଟ୍ରେନଗୁଡିକ ମେ 1 ରେ ଆରମ୍ଭ କରାଯାଇଥିଲା। ଏହି ସ୍ଥାନାନ୍ତରିତ ପ୍ରକ୍ରିୟାରେ ପ୍ରାୟ ପାଞ୍ଚ ନିୟୁତ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଯାଇଥିଲା। ଟ୍ରେନ୍ ମଧ୍ୟରେ 80ଜଣଙ୍କ ମୃତ୍ୟୁ ଘଟିଥିବା ରେଳଓ୍ଵେ ପ୍ରୋଟେକ୍ସନ୍ ଫୋର୍ସ ବା ରେଳ ସୁରକ୍ଷା ବଳ ସୂଚନା ଦେଇଛି। ଉତ୍ତର ପୂର୍ବାଞ୍ଚଳ ରେଳ ଜୋନରେ 18, ଉତ୍ତର କେନ୍ଦ୍ରୀୟ ଜୋନରେ 19 ଏବଂ ପୂର୍ବ ତଟ ରେଳ ଜୋନରେ 13 ଜଣଙ୍କର ମୃତ୍ୟୁ ଘଟିଛି।
ମୋଟ ଉପରେ, ରେଳ ସୁରକ୍ଷା ବଳର ତଥ୍ୟ ଅନୁଯାୟୀ, ମେ 9 ରୁ 27 ମେ ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନରେ ପ୍ରାୟ 80 ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁ ସ୍ଥିତି ଉଦଵେଗଜନକ ବୋଲି କୁହାଯାଉଛି।
ଏହି ଟ୍ରେନ୍ ଗୁଡିକ ମେ 1 ରେ ଲଞ୍ଚ କରାଯାଇଥିଲା ଏବଂ ମେ 27 ପର୍ଯ୍ୟନ୍ତ ଏହା ଚଳାଚଳ କରି ପ୍ରାୟ ପାଞ୍ଚ ନିୟୁତ ପ୍ରବାସୀ ଶ୍ରମିକ ଏଥିରେ ଘରକୁ ଫେରିଥିଲେ। ରେଳ ମନ୍ତ୍ରଣାଳୟ ତୁରନ୍ତ ସ୍ପଷ୍ଟ କରି ଦେଇଛି ଯେ, ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ “କ୍ରୋନିକ୍ ରୋଗୀ” ଏବଂ ସେମାନଙ୍କ ମଧ୍ୟରୁ ଅନେକ ସହରରେ “ଚିକିତ୍ସା” ପାଇଁ ଥିଲେ ଏବଂ ଏହି ସ୍ୱତନ୍ତ୍ର ଟ୍ରେନ୍ ଲଞ୍ଚ୍ ହେବା ପରେ ହିଁ ସେମାନେ ଫେରି ଥିଲେ। ଯାତ୍ରୀମାନେ ଥକ୍କାପଣ, ଉତ୍ତାପ ଏବଂ ଭୋକରେ ମୃତ୍ୟୁବରଣ କରିଥିବା କେତେକ ରିପୋର୍ଟରେ ଏହା ପ୍ରତିକ୍ରିୟା ପ୍ରକାଶ ପାଇଥିଲା।