ଅମରାବତୀ: ବିଶାଖାପଟନମ ଆରକୁ ଘାଟିର ରେଳ ଲାଇନରେ ବିଦ୍ୟୁତ କାମ କରୁଥିବା ବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଓଡିଶାର ବୋଲି ଜଣାପଡିଛି ।
ବିଶାଖାପଟନମ ରେଳଟ୍ରାକରେ ବିଦ୍ୟୁତ ଆଘାତରେ ଓଡିଆ ଶ୍ରମିକ ମୃତ
ବିଶାଖାପଟନମ ଆରକୁ ଘାଟିର ରେଳଲାଇନରେ ବିଦ୍ୟୁତ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଓଡିଶାର ବୋଲି ଜଣାପଡିଛି ।
ବିଦ୍ୟୁତ ଆଘାତରେ ଓଡିଆ ଶ୍ରମିକ ମୃତ
ସୂଚନା ଅନୁଯାୟୀ, ଆରକୁ ରେଲୱେଷ୍ଟସନ ଟ୍ରାକରେ ମାଲବୋଝେଇ ଟ୍ରେନ ଯାଉଥିବା ବେଳେ ଉପରେ ଲଟକିଥିବା ବିଦ୍ୟୁତ ତାରକୁ ସ୍ପର୍ଶ କରିଯାଇଥିଲା । ଏହି ସମୟରେ ଟ୍ରାକରେ କାମ କରୁଥିବା କର୍ମଚାରୀଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ତାଙ୍କୁ ଆରୁକ ଘାଟିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଖବର ପାଇ ବିଜୟନଗରମ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଏପଟେ ଜିଆରପି ମଧ୍ୟ ଯାଞ୍ଚ ଜାରି ରଖିଛି ।