ଲକ୍ଷ୍ନୌ: କଂଗ୍ରେସ ନେତା ଇମ୍ରାନ ମାସୁଦ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ଏକଛତ୍ରବାଦୀ ଶାସକ ଅଟନ୍ତି । କୌଣସି ଏକଛତ୍ରବାଦୀ ଶାସକ ସର୍ବଦା ଜନସାଧାରଣଙ୍କ ଆଗରେ ଠିଆ ହୋଇପାରିବେ ନାହିଁ। ବିଜେପି ସରକାର ଚାଷୀଙ୍କୁ ବିନାଶ କରିବାରେ ନିୟୋଜିତ ଅଛନ୍ତି।
ପ୍ରକାଶଥାଉକି, ବୁଧବାର ବେହାଟ ସହରର ବରିଷ୍ଠ କଂଗ୍ରେସ ନେତା ବବି କର୍ଣ୍ଣୱାଲଙ୍କ ଫାର୍ମ ହାଉସରେ କଂଗ୍ରେସ କର୍ମୀଙ୍କ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିବା ପୂର୍ବତନ କଂଗ୍ରେସ ବିଧାୟକ ଇମ୍ରାନ ମାସୁଦ କହିଛନ୍ତି ଯେ କୃଷି ବିଲକୁ କଂଗ୍ରେସ ବିରୋଧ କରିଆସୁଛି ଏବଂ ଚାଷୀଙ୍କୁ ସମର୍ଥନ କରୁଛି କିନ୍ତୁ ରାହୁଲ ଗାନ୍ଧୀଙ୍କ ଡାକରା ପରେ କୃଷକ ଆନ୍ଦୋଳନକୁ ଗତି ଦେବା ପ୍ରତ୍ୟେକ କର୍ମୀଙ୍କ କର୍ତ୍ତବ୍ୟ ଅଟେ ।